ଗଣିଆରେ ପୁଣି ନାବାଳିକା ଛାତ୍ରୀଙ୍କୁ ଗୁରୁଙ୍କ ଅସଦାଚରଣ ଅଭିଯୋଗ

0 211

ଦଶପଲ୍ଲା : କିଛିଦିନର ବିରତି ପରେ ଗଣିଆରେ ପୁଣି ହେଲା ଘଟଣାର ପୁନରାବୃତ୍ତି । ପୁଣି ପବିତ୍ର ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ ତଥା ମାଲିକ । ଏଭଳି ଘଟଣା ଘଟିଛି ଗଣିଆ ଥାନା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ, ଗଣିଆ ନିକଟସ୍ଥ ପିରାମିଡ଼ କୋଚିଂ ସେଣ୍ଟରକୁ ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀ ପାଠ ପଢିବାକୁ ଯାଉଥିଲେ । ଶିକ୍ଷକ ତଥା କୋଚିଂ ସେଣ୍ଟରର ମାଲିକ ଶୁଭ୍ରଜିତ ପଣ୍ଡା ପାଠ ପଢାଇବା ଆଳରେ ଘରକୁ ଯାଇ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରୁଥିବା ନାବାଳିକାଙ୍କ ମା ଦେଖିବାକୁ ପାଇଥିଲେ । ଛାତ୍ରୀଙ୍କ ମା ପ୍ରତିବାଦ କରିବାରୁ । ତୁମ ଝିଅକୁ ବିବାହ କରିବି, ନଗ୍ନ ଫଟୋ ଗୁଡିକ ଭାଇରାଲ କରିବାର ଧମକ ଦେଇଥିଲେ । ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପାଇଁ ଛାତ୍ରୀଙ୍କ ମା କହିବାରୁ ସମ୍ପୃକ୍ତ ଶିକ୍ଷକ ଜାତିଆଣ ଆକ୍ଷେପ କରିବା ସହ ଝିଅକୁ ଜବରଦସ୍ତ ବିବାହ କରିବାକୁ ଧମକ ଦେଇଥିଲେ ବୋଲି ଛାତ୍ରୀଙ୍କ ମା ଗଣିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ । ଏହି ଘଟଣାରେ ସଂପୃକ୍ତ ଶିକ୍ଷକ ଶୁଭ୍ରଜିତ ପଣ୍ଡାଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବିନୟ ରଞ୍ଜନ ପରିଡା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 5 =