ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଆମ ସଂକଳ୍ପ ରଥ ଉଦଘାଟିତ

0 138

ନୂଆପଡ଼ା :ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଶିଶୁ ଶ୍ରମିକ ମୁକ୍ତ ଓଡିଶା ଆମ ସଂକଳ୍ପ ସଚେତନ ରଥକୁ ଜିଲ୍ଲାପାଳ ହେମକାନ୍ତ ସାଏ ଦ୍ୱାରା ଉଦଘାଟନ କରିଛନ୍ତି । ଜିଲ୍ଲାପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ କର୍ଯ୍ୟକ୍ରମରେ ଜିଲ୍ଲାପାଳ ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ଅଟେ । ତେଣୁ ସମସ୍ତ ସଚେତନ ହୋଇ ଶିଶୁଙ୍କ ଅଧିକାର ଉପରେ କାମ କରିବାକୁ ଆହ୍ୱାନ କରିଥିଲେ । ଏହି ସଚେତନ ରଥ ନୂଆପଡା ଜିଲ୍ଲାର ଦାଦନ ପ୍ରବଣ ବ୍ଲକ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ ପରିକ୍ରମା କରିବ । ବିଶେଷ କରି ସହରାଞ୍ଚଳରେ ଦୋକାନ ବଜାରରେ ନିୟୋଜିତ ଶିଶୁ ଶ୍ରମିକ ଉପରେ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ନୂଆପଡା ଜିଲ୍ଲାର ୫ ଗୋଟି ବ୍ଲକ ର ୧୩୧ ଗୋଟି ଗ୍ରାମ ପଞ୍ଚାୟତ ପରିକ୍ରମା କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eleven + 5 =