୧୮ତମ କଣ୍ଟାମାଳ ଲୋକକଳା ଉତ୍ସବ ଉଦଯାପିତ, ରାମନାଟକ ଦୀକ୍ଷାନ୍ତ କାର୍ଯ୍ୟକ୍ରମକୁ ବହୁଳ ସଫଳତା

0 66

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ହରିଶଙ୍କର କଳାମଣ୍ଡପ ଠାରେ ହୋଇଥିବା ୧୮ତମ ଲୋକକଳା ଉତ୍ସବ ରବିବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ କମିଟି ଅଧ୍ୟକ୍ଷ ଦିବ୍ୟଶଙ୍କର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହୀଧର ରଣା, ସମ୍ମାନିତ ଅତିଥିଭାବେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ, କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲିକ ଯୋଗଦେଇ ସାଂସ୍କୃତିକ ଅଭିଭାଷଣ ରଖିଥିଲେ ।

hiring

ପୂର୍ଣ୍ଣଚନ୍ଦ୍ର ଖଟୁଆ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପରେ ଦିବ୍ୟାଙ୍ଗ କଣ୍ଠଶିଳ୍ପୀ ପ୍ରହଲ୍ଲାଦ ରଣା, ଚିତ୍ରକାର ରିପନ ପରିଚ୍ଛା, ଅଭିନେତ୍ରୀ ଶୋଭା ରାଉତ, ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ, ଡୁଙ୍ଗୁରିପାଲି ବିଡ଼ିଓ ତ୍ରିପୁର ମହାନନ୍ଦ, ମଞ୍ଚ ଅଭିନେତା ପପୁନ ବିଶ୍ୱାଳ, କୁନି କଳାକାର ବିଦୁସ୍ମିତା ଜାଲଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅତିଥି ମାନେ ସମ୍ୱର୍ଦ୍ଧିତ କରିଥିଲେ । ବରପଦର ବଉଳି କଲାପରିଷଦର କଳାକାର ଓ ଅନ୍ୟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବାବେଳେ ରାମନାଟକ ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ସରଣକୁଳ ଲଡୁବାବା ନାଟ୍ୟ ସଂସଦର କଳାକାର ମାନେ ରାମକଥା ନାଟକ ରାମ -ହନୁମାନ ଯୁଦ୍ଧ ମଞ୍ଚସ୍ଥ କରିଥିଲେ । ରାମ କଥା ନାଟକକୁ ବହୁ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦେଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

20 + twenty =