ଜାଗା ମିଶନ ଯୋଜନାରେ ଜମି ପଟ୍ଟା ବଣ୍ଟନ କଲେ ପାଟଣାଗଡ ବିଧାୟକ

0 226

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ ଥିବା ଗରିବ ଲୋକମାନେ ବନ୍ଧ ହିଡରେ ଘର ନିର୍ମାଣ କରି ରହିଆସୁଥିବା ବେଳେ ସେମାନଙ୍କୁ ସ୍ଥାୟୀ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନ ଯୋଜନାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ୱାରା ପାଟଣାଗଡ଼ ସହରର ୨୧୬ ଜଣକୁ ଜମି ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ହରିଜନ ପଡ଼ାର ୩୩ଜଣ, ଗଣ୍ଡା ପଡ଼ାର ୨୦ ଜଣ, ଗଡଭିତରର ୨୦ ଜଣ, କୋଲ୍‌ପଡ଼ାର ୩ ଜଣ, ଭାଟିଶାଳ ପଡ଼ାର ଜଣେ, କାଦୋପଡାର ଜଣେ, ବଡ଼ପଡ଼ାର ଜଣେ, ଗାନ୍ଧୀପଡ଼ାର ୧୨ ଜଣ, ସହଁରା ପଡ଼ାର ୫୮ ଜଣ, ଜଗନ୍ନାଥ ପଡ଼ାର ୧୦ ଜଣ, ରାମପାଲି ର ଜଣେ ଓ ଅନ୍ୟାନ୍ୟ ମିଶି ୨୧୬ ଜଣ । ଏହି କାର୍ଯ୍ୟକ୍ରମଟି ପାଟଣାଗଡ଼ ଏନ୍‌ ଏ ସି କାର୍ଯ୍ୟାଳୟରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ, ଏନ୍‌ଏସି ଚ୍ୟାୟରମ୍ୟାନ ମାନସୀ ବିଶ୍ୱାଳ, ଏନ୍‌ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଳ କୁମାର ମେହେର, ଏନ୍‌ଏସି ଇଓ ଗୌରହରି ମହନ୍ତଙ୍କ ସହିତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଏହି ଜମି ପଟ୍ଟା ପାଇବା ପରେ ସହରବାସୀ ବିଧାୟକ ସରୋଜ କୁମାର ମେହେରଙ୍କୁ ଭୂରିଭୂରି ପ୍ରଶଂସା କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

7 + 9 =