ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଭୁବନେଶ୍ୱର ଓକାକ କ୍ୟାମ୍ପସରେ ସି. ଏସ. ଏମ ସହଯୋଗରେ ହୋଇଥିଲା । ଏହି ଶିବିରକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଥିଲେ । ଏହି ଶିବିରରେ ୧୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ବୋଲି ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି । ଏଥିରେ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ଦେବେଶ ଦାସ, ସୌମ୍ୟ ରଞ୍ଜନ ପ୍ରଧାନ, ଦିନବନ୍ଧୁ ପତି, ଅନନ୍ତ ରେଡ୍ଡୀ, ପ୍ରକାଶ ଦାସ, ସରୋଜ ବେହେରା , ପୂର୍ଣ୍ଣ ସ୍ୱାଇଁ, ବାଣୀବିହାର ଛାତ୍ର ନେତା ମାନେ ସହଯୋଗ କରିଥିଲେ ।