ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି

0 178

ପୁରୀ : ସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି । ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱର ରୋଗରେ ପୀଡିତ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବାପୂଜା ଓ ଉପଚାର । ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ ସେବାପୂଜା କରୁଛନ୍ତି ଅଣସର ପିଣ୍ଡିରେ । ଅଣସର ବିଧିଅନୁଯାୟୀ ଶ୍ରୀବିଗ୍ରହ ମାନଙ୍କୁ ଏବେ ଲଘୁ ଉପଚାର ନୈବେଦ୍ୟ ଅର୍ପଣ କରାଯାଉଛି । ସାମାଜିକ ବିଧି ବ୍ୟବସ୍ଥା ଅନୁଯାୟୀ କାହାକୁ ଜ୍ୱର ହେଲେ ଯେପରି ପଥି ଉପଚାର କରାଯାଏ, ସେହିଭଳି ଭାବେ ମହାପ୍ରଭୁଙ୍କୁ ପଣାଭୋଗ ଅର୍ପଣ କରାଯାଉଛି । ରାତ୍ରୀରେ ମହାପ୍ରଭୁଙ୍କୁ ଚକଟା ଭୋଗ ପରେ ଏହି ପଣା ଭୋଗ ଅର୍ପଣ କରାଯାଏ । ମହାପ୍ରଭୁଙ୍କୁ ଏହା ଅର୍ପଣ କରାଯିବା ପରେ ବିଭିନ୍ନ ଦେବଦେବୀଙ୍କୁ ଅର୍ପଣ ସହ ରାଜପ୍ରାସାଦକୁ ଯାଇଥାଏ । ୧୪ଦିନ ଧରି ଦଇତାପତି ମାନେ ଏହି ପଣା ଭୋଗ ପ୍ରସ୍ତୁତ କରିଥାନ୍ତି । ଜଳ, କ୍ଷୀର, କର୍ପୁର, ଚିନି, ସରର ସମ୍ମିଶ୍ରଣରେ ଏହି ପଣା ପ୍ରସ୍ତୁତ ହୋଇଥାଏ । ପଣା ପ୍ରସ୍ତୁତ ପରେ ଓଳିରେ ଏହା ବିଭିନ୍ନ ଘରକୁ ବଣ୍ଟା ଯାଇଥାଏ । ଦଇତାପତିମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ପଣା ପ୍ରସ୍ତୁତ କରିଥାନ୍ତି । ବର୍ଷର ଅନ୍ୟ ଦିନ ମାନଙ୍କରେ ପୂଜାପଣ୍ଡା ସେବାୟତ ଭୋଗଲାଗି କରୁଥିବା ବେଳେ ଅଣସର ସମୟରେ ପତିମହାପାତ୍ର ହିଁ ସମସ୍ତ ନୈବେଦ୍ୟ ସମର୍ପଣ କରିଥାଆନ୍ତି । ପଥି ଉପଚାରରେ ଏହି ପଣା ଭୋଗ ନୈବେଦ୍ୟ ବୋଲି ମତ ଦିଅନ୍ତି ଗବେଷକ ।

hiranchal ad1
Leave A Reply

Your email address will not be published.

20 + three =