ନକଲି ସୁନା ବିକ୍ରୀ କରି ଲୋକଙ୍କ ହାତରେ ଧରା ପଡ଼ିଲେ ଦୁଇ ଠକ, ଥାନାରେ ଅଟକ

0 256

ଖଡିଆଳ : ନୂଆପଡା ଜିଲ୍ଲାର ଖଡିଆଳ ଓ ବୋଡ଼ନ ଅଞ୍ଚଳରେ ନକଲି ସୁନାକୁ ନେଇ ଲୋକଙ୍କୁ ଠକି ବିକ୍ରୀ କରୁଥିବା ଦୁଇ ଠକଙ୍କୁ ଆଜି ଖଡିଆଳ ବସଷ୍ଟାଣ୍ଡ ଠାରେ ଲୋକେ ଧରି ଖଡିଆଳ ପୋଲିସ କୁ ଜୀମା ଦେଇଛନ୍ତି । ଏହି ଦୁଇ ଠକ ନକଲି ମାଳି ଧରି ଲୋକଙ୍କ ନିକଟକୁ ଯାଇ ଠିକା ସଂସ୍ଥାର ଜେସିବି ଗାଡ଼ି ଚାଳକର ପରିଚୟ ଦେଉଥିଲେ । କାର୍ଯ୍ୟ କରୁଥିବା ବେଳେ ମାଟି ତଳୁ ସୁନା ମାଳି ପାଇଥିବା କହି ଲୋକଙ୍କୁ ପ୍ରଲୋଭନ ଦେଖାଇ ଆସୁଥିଲେ । ସେମାନେ କିଛି ଭଲ ସୁନାକୁ ଲୋକଙ୍କ ସମ୍ମୁଖରେ ପରୀକ୍ଷା କରି ନକଲି ସୁନା ଦେଇ ଟଙ୍କା ନେଇ ଫେରାର ହେଉଥିଲେ । ଖଡିଆଳ ଥାନା ଅନ୍ତର୍ଗତ ଚିନ୍ଦା ଗୁଡାରେ ଏକ ଦୋକାନ ଖୋଲିଥିବା ପର୍ଶୁରାମ ଦୁରିଆଙ୍କୁ ଗତ ୨୩ ତାରିଖ ଦିନ ଏକ ନକଲି ହାର ମାଳି ଦେଇ ୫ ଲକ୍ଷ ଟଙ୍କା ମଗୁଥିବା ବେଳେ ଶେଷରେ ୧ ଲକ୍ଷ ୨୦ ହଜାର ଟଙ୍କାରେ ଦେଇ ଚାଲି ଯାଇଥିଲେ । ଏହି ହାରକୁ ପର୍ଶୁରାମ ୨୪ ତାରିଖ ଦିନ ପରୀକ୍ଷା କରିବାକୁ ନେଇ ଠକେଇର ଶିକାର ହୋଇଥିବା ଜାଣି ଖଡିଆଳ ଥାନାରେ ଅଭିଯୋଗ କରିଛନ୍ତି । ଅଞ୍ଚଳରେ ବହୁ ଲୋକଙ୍କୁ ଠକିଥିବା ଏହି ଦୁଇ ଠକଙ୍କୁ ଲୋକେ ଧରି ପୋଲିସର ଜିମା ଦେଇଥିବା ବେଳେ ଖଡିଆଳ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

twenty − 9 =