ପୁରୀ : ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ନିଗମ ପକ୍ଷରୁ ପୁରୀ ନୀଳାଚଳ ଅର୍ବାନ ହାଟ ପରିସରରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ରଜ ଉତ୍ସବ ଆଜି ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ବୟନିକାର ପରିଚାଳନା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏହାକୁ ଉଦଘାଟନ କରିବା ସହ ଓଡ଼ିଶାର ଏକ ପ୍ରମୁଖ ଉତ୍ସବ ରଜ ପର୍ବ ଅବସରରେ ଏହି ମେଳା ଅନୁଷ୍ଠିତ ହେଉଥିବାରୁ ଏହା ଉଭୟ ବୁଣାକାର ଓ ଗ୍ରାହକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ । ଏଥିରେ ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ଯୋଗ ଦେଇ ଏହି ମେଳା ମାଧ୍ୟମରେ ଆମ ପାରମ୍ପାରିକ କଳା, ବୁଣାକାର ମାନଙ୍କ ଉତ୍ପାଦିତ ସାମଗ୍ରୀ ଲୋକ ଲୋଚନକୁ ଆଣିବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାର ପ୍ରୟାସ କରାଯାଉଛି ବୋଲି କହିଥିଲେ । ମେଳାରେ ୩୮ ଗୋଟି ପ୍ରାଥମିକ ସମବାୟ ସମିତି ଯୋଗ ଦେଉଥିବା ବେଳେ ସେଥି ମଧ୍ୟରୁ ୩୩ ଗୋଟି ଓଡିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତି ପାଇଁ ଉଦିଷ୍ଟ । ଅନ୍ୟ ୫ଟି ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଜାମ୍ମୁକାଶ୍ମୀର ଓ ହରିୟାଣା ରାଜ୍ୟର ସମିତି ମାନେ ଅଶଂଗ୍ରହଣ କରୁଛନ୍ତି । ଏଥିରେ ଓଡିଶାର ବାନ୍ଧ ବସ୍ତ୍ର, ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍, ଲଖନୌର ଚିକେନକାରୀ, ଜାମ୍ମୁକାଶ୍ମୀରର ପଶ୍ନିନା ସାଲ୍, ଦିଲ୍ଲୀ ଓ ହରିୟାଣା ଳଫର୍ନିସିଙ୍ଗ ବସ୍ତ୍ର ଶାଢୀ ଆଦି ଉପଲବ୍ଧ ରହିଛି ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।
ଏହି ମେଳା ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଦିବା ୧୧ ଘଟିକାରୁ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଓ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ରହିଛି ବୋଲି ସୂଚନା ଦିଆଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଜିଏମ ମିଲି ସାମନ୍ତରାୟ, ଉପ ନିର୍ଦ୍ଦେଶକ ଉମାପତି ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୁରୀ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.