ଇଲେକ୍ଟ୍ରି ପୋଲକୁ ଧକ୍କା ଦେଲା କାର, ୨ ଗୁରୁତର

0 108

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଜାତୀୟ ରାଜପଥ ୫୭ ପଞ୍ଚୁପାଣ୍ଡବ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ମୁତାବକ ଗତକାଲି ରାତି ୨ଟା ସମୟରେ ବରଗଡରୁ ଭୁବନନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ପୋଲରେ ଶକ୍ତ ଧକ୍କା ଦେଇଥିଲା । କାର ଚାଳକ ସହିତ ୩ ଜଣ କାର ମଧ୍ୟରେ ରହିଥିଲେ । କାର ଡ୍ରାଇଭର କିଛି କ୍ଷତି ହୋଇନଥିଲା ବେଳେ ୨ଜଣ ପାସେଞ୍ଜର ଗୁରୁତର ହୋଇପଡିଥିଲେ । ତାଙ୍କୁ ଆମ୍ବୁଲାନ୍ସ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । କାର ଡ୍ରାଇଭର ଯାହା ସୂଚନା ଦିଅନ୍ତି ସେହି ସ୍ଥାନରେ ଏକ ଡମ୍ଫର ଗାଡି ବିପରିତ ଦିଗରୁ ଅତିକ୍ରମ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । କାରଟି ବରଗଡ ଜିଲ୍ଲା ସରଣ୍ଡାପଲ୍ଲି ଗ୍ରାମର ବୋଲି କାର ଚାଳକ ସୂଚନା ଦେଇ ଅଛନ୍ତି ।

hiranchal ad1
Leave A Reply

Your email address will not be published.

12 + 2 =