ଟିଏନଟିର ଛାତ୍ର ଆଦିତ୍ୟ ଓ ପ୍ରଫୁଲ୍ଲଙ୍କୁ ସମ୍ବର୍ଦ୍ଧନା

0 112

ବ୍ରହ୍ମପୁର : ରବିବାର ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଗୁଡିକ ତରଫରୁ ଚଳିତ ବର୍ଷ +୨ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶ୍ରେଷ୍ଠ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ସ୍ଥିତ ଟି.ଏନ.ଟି ସ୍କିଲ ସେଣ୍ଟରର ବାଣିଜ୍ୟ ବିଭାଗର ଦୁଇ ଛାତ୍ର ଆଦିତ୍ୟ ରଞ୍ଜନ ଦଳେଇ (୯୨.୮)ଏବଂ ଏସ. ପ୍ରଫୁଲ୍ଲ କୁମାର ରେଡ୍ଡୀ (୯୨.୩)ନମ୍ବର ରଖି ସେହିଠାରେ ସମ୍ମାନିତ ହୋଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି କୃତି ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ଗୋଟିଏ ଶିକ୍ଷାନୁଷ୍ଠାନର ଦୁଇ ଜଣ ଛାତ୍ରଙ୍କ ଏହିଭଳି ସଫଳତା ନିମନ୍ତେ ଟି.ଏନ.ଟି ତଥା ସମଗ୍ର ବ୍ରହ୍ମପୁର ସହର ଉତ୍ସବ ମୁଖର ହୋଇଉଠିଛି । କଠିନ ଅଧ୍ୟବସାୟ ସହ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ସଫଳତାର ସୂତ୍ର ବୋଲି ଶିକ୍ଷାର୍ଥୀ ଦ୍ୱୟ ମତବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 4 =