ତିନି ରଥରେ ଜାରି ରହଛି ବେଦୀ ସିଂହାସନ କାର୍ଯ୍ୟ

0 86

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଚି । ତିନି ରଥରେ ଚାଲିଚି ବେଦୀ ସିଂହାସନ କାର୍ଯ୍ୟ । ବେଦୀ ନିର୍ମାଣ ନିମନ୍ତେ ତିନିରଥରେ ୫ ଟି ଲେଖାଁଏ ଜଗତପୃଷ୍ଠ ଶେଣୀ ପଡିବା ସହ ତାର ଦୁଇ ପାର୍ଶ୍ୱରେ ତିନୋଟି ଲେଖାଁଏ ‘ବାହୁଟ ଫାଳିଆ’ ଫିଟିଙ୍ଗ ହୋଇଚି । ତିନିରଥରେ ‘କନକମୁଣ୍ଡି’ସେଟିଙ୍ଗ ହୋଇଛି । ‘କନକମୁଣ୍ଡି’ ତିନିରଥରେ ସଂସ୍ଥାପନ ପୂର୍ବରୁ ରଥର ପ୍ରଥମ ଭୂଇଁ ଚାରିନାହାକା ଚାରି ପାର୍ଶ୍ୱରେ ୭/୧୨ ସାଇଜର ଚାରିଗୋଟି ‘ଚୁନାଟ ପଟା’ ବାଡ଼ିଆ ଯାଇ ପ୍ରତି ଚୁନାଟ ପଟାରେ ପାଞ୍ଚଟି ଲେଖାଁଏ ବିନ୍ଧ ହୋଇ ସେହି ବିନ୍ଧରୁ ୨୦ଟି କାଣ୍ଡ ଲାଗି ହୋଇ କନକ ମୁଣ୍ଡିରେ ସଂଯୋଗ ହୋଇଛି । ଏଥିସହ ଚୁନାଟ ପଟା ସନିକଟ ଚାରି ନାହାକାରୁ ମଧ୍ୟ ଗୋଟିଏ ଗୋଟିଏ କାଣ୍ଡ ଉଠି ମୋଟ ୨୪ ଗୋଟି କାଣ୍ଡ କନକ ମୁଣ୍ଡିରେ ସଂଯୋଗ ହୋଇ କନକ ମୁଣ୍ଡି ତିନିରଥରେ ସଂସ୍ଥାପନ ହୋଇଅଛି ।

hiring


ସେହିପରି ତିନିରଥର ବେଦିରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ତିନିରଥର ପାର୍ଶ୍ୱ କୋଣ ମାନଙ୍କୁ ଛାଡ଼ି ରଥ ଉପରେ ପଟା ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥ ର ‘ଦୁଆର ବେଢ଼ା’ ରଥକୁ ଉଠିଲା ପରେ ରଥ ଚାରି ପାର୍ଶ୍ୱ କୋଣରେ ପଟା ବାଡ଼ିଆ ଯିବ । ଏଥିସହ ତିନିରଥର ଘୋଡା ବନ୍ଧାଯିବା ପାଇଁ ୨୦ ଫୁଟିଆ ‘ଇଶ’ ରେ ବିନ୍ଧ ହୋଇ ଦୁଇଟି ଲେଖାଁଏ ‘ଗୁଣ୍ଠି’ ସଂଯୋଗ ହୋଅଛି । ଏହି ଗୁଣ୍ଠିରେ ଘୋଡା ଜୁଆଳି ଫିଟିଙ୍ଗ କରାଯିବ । ରୂପକାର ସେବକ ମାନେ ତିନିରଥର ପ୍ରଭାରେ ରାହୁରୂପ ଖୋଦେଇ ଜାରି ରଖିଛନ୍ତି ।
ଚିତ୍ରକାର ସେବକ ମାନେ ତିନି ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ୱ ଦେବ ବେବୀ, ସିଂହାସନ, ହଂସ ପଟା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଧୂଳି ଦଣ୍ଡା, ପ୍ରଭା ବିଡ଼ିଆ କଣ୍ଟା ନିର୍ମାଣ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

3 × 2 =