ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନଅରକୁ ରାଜପ୍ରସାଦ ବିଜେ

0 125

ପୁରୀ: ଆଜି ଅନବସର ଦ୍ଵାଦଶୀ ତିଥି। ଶ୍ରୀ ମନ୍ଦିର ର ପରମ୍ପରା ଅନୁଯାୟୀ ଆଜି ରାଜପ୍ରସାଦ ବିଜେ ନିତୀ ଅନୁଷ୍ଠିତ ହୋଇଛି। ଦଇତା ପତି ସେବକ, ପତି ମହାପାତ୍ର ସେବକ ମାନେ ଆଜି ରୂପା ଥାଳିରେ ଶ୍ରୀ ଜୀଉଙ୍କ ଶ୍ରୀଅଙ୍ଗରୁ ବାହାରି ଥିବା ଚନ୍ଦନ, କରାଳ ଓ ପାଟଡୋର ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ଯାଇଥିଲେ । ଘଣ୍ଟ, ଛତା ଓ କାହାଳିର ପଟୁଆରରେ ଶ୍ରୀମନ୍ଦିରରୁ ତଳିଛ ମହାପାତ୍ର, ପ୍ରଧାନୀ ସେବକ, ପତିମହାପାତ୍ର, ଦଇତାପତି, ତଢ଼ାଉ ଦେଉଳ କରଣ, ବେହେରା କରଣ ଆଦି ସେବକମାନେ ଶ୍ରୀନହରରେ ପହଞ୍ଚି ଥିଲେ । ପରେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ଦେଇଥିଲେ । ଏଥି ସହିତ ରଥଯାତ୍ରା ନେଇ ପ୍ରସ୍ତୁତି କରିବାକୁ ଗଜପତିଙ୍କୁ ସେବାୟତ ମାନେ ଅବଗତ କରାଇ ଥିଲେ। ସ୍ନାନ ଯାତ୍ରା ଠାରୁ ମହାପ୍ରଭୁ ଅଣସର ପିଣ୍ଡିରେ ବିରାଜମାନ ହୋଇଥିଲେ। ଜ୍ଵରରେ ପୀଡ଼ିତ ମହାପ୍ରଭୁଙ୍କର ଚାଲିଥିବା ପାରମ୍ପାରିକ ପୁଜା ଓ ଉପଚାର। ତେବେ ଅନବସରର ଦଶମୀ ତିଥି ଯାଏ ମହାପ୍ରଭୁଙ୍କୁ ସେବା ପୁଜା ବେଳେ ଲାଗି ହେଉଥିବା ଭୋଗ, ଫୁଲ ଆଦି ଅଣସର ଘରୁ ବାହାରକୁ ଆସିନଥାଏ। ମହାପ୍ରଭୁ ଏକାଦଶୀ ରେ ଦଶମୂଳ ମୋଦକ ସେବନ କରି ସୁସ୍ଥ ହୋଇ ଥାନ୍ତି। ଏହି ଖବର ଗଜପତିଙ୍କୁ ଦିଆଯାଏ। ସେଥି ପାଇଁ ଅନବସର ଦ୍ଵାଦଶୀ ତିଥି ରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ବାହାରି ଥିବା ଚନ୍ଦନ, କରାଳକୁ ନେଇ ସେବାୟତ ମାନେ ଗଜପତିଙ୍କୁ ପ୍ରଦାନ କରିବା ସହ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହୋଇଥିବା ଖବର ଦିଆଯାଏ। ଏହାକୁ ରାଜ ପ୍ରସାଦ ବିଜେ ନିତି କୁହାଯାଏ। ତେବେ ଆସନ୍ତାକାଲି ମହାପ୍ରଭୁ ଙ୍କ ଘଣା ଲାଗି ନିତି ଅନୁଷ୍ଠିତ ହେବ।ଚତୁର୍ଦ୍ଦଶୀରେ ଦତ୍ତମହାପାତ୍ର ସେବକମାନେ ଦାରୁଦେବତାଙ୍କ ବନକଲାଗି ଲାଗି ନୀତି କରିବେ। ଏହି ଉପଚାର ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ।

hiring

hiranchal ad1
Leave A Reply

Your email address will not be published.

two + 20 =