ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଲେ ଜନତା

0 169

ଦଶପଲ୍ଲା : ପ୍ରଚଣ୍ଡ ତାପମାତ୍ରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ବିଦ୍ୟୁତ ବିଭାଗ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରୁଛି । ଫଳରେ ଲୋକମାନେ କଲବଲ ହେଉଛନ୍ତି । ଦଶପଲ୍ଲାରେ ବିଦ୍ୟୁତ ବିଭାଗ ମନମୁଖୀ କାର୍ଯ୍ୟ କରି ଗତ ତିନି ଧରି ଘଣ୍ଟା ଘଣ୍ଟା ଲାଇନ କାଟିଦେଉଛି । ଦିନ ଦ୍ୱିପ୍ରହର ହେଉ କିମ୍ବା ବିଳମ୍ବିତ ରାତି ବିଦ୍ୟୁତ କାଟ ଯୋଗୁ ଲୋକମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ଲୋକମାନେ ବାରମ୍ବାର ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଆଜି ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବାରୁ ଶତାଧିକ ଜନତା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ । ବିଦ୍ୟୁତ ବିଭାଗର ମନମାନି କାର୍ଯ୍ୟକୁ ବିରୋଧ କରିଥିଲେ ବିଦ୍ୟୁତ ଉପଭୋକ୍ତା । ଆନ୍ଦୋଳନ ଯୋଗୁ ୫୭ନଂ ଜାତୀୟ ରାଜପଥ କିଛି ସମୟ ପାଇଁ ଜାମ ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରିଥିଲା । ପରେ ବିଦ୍ୟୁତ ବିଭାଗ ଏସଡିଓ ପହଞ୍ଚି ବିଦ୍ୟୁତ କାଟ ନକରିବାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଆନ୍ଦୋଳନରୁ ଓହରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − eleven =