ନୟାଗଡ଼ରେ ରଥ,ପଥ,ଭକ୍ତ ଆଉ ଜଗନ୍ନାଥ ଏକାକାର

0 299

ଦଶପଲ୍ଲା : ନୟାଗଡ଼ରେ ଗଡିଲା ମହାପ୍ରଭୁଙ୍କ ତିନି ରଥ । ଭାବ ବିହ୍ୱଳ ହେଲେ ଭକ୍ତ । ଆଜି ସକାଳ ସମୟରେ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କାର୍ଯ୍ୟ ସମାପନ ପରେ ପ୍ରଭୁ ଜଗନ୍ନାଥ, ବଲଭଦ୍ର, ସୁଭଦ୍ରାଙ୍କର ପହଣ୍ଡି ବିଜେ କାର୍ଯ୍ୟ ହୋଇଥିଲା । ଅପରାହ୍ନ ୨ ଟା ସମୟରେ ରାଜା ରାମେଶ୍ୱର ପ୍ରସାଦ ସିଂ ତିନି ରଥର ଛେରା ପହଁରା କାର୍ଯ୍ୟ କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା । ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲେ ମଧ୍ୟ ସେ ସବୁକୁ ଖାତିରି ନକରି ଭାବ ବିହୋଳ ଭକ୍ତ ସମୁଦ୍ର ତିନି ରଥକୁ ଉତ୍ସାହର ସହ ଟାଣିଥିଲେ । କାଳିଆ ଠାକୁରଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

five × one =