ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଚାଲିଛି ବାଘ ଗଣନା

0 187

ଦଶପଲ୍ଲା: ପ୍ରତିବର୍ଷ ଭଳି ଚଳିତବର୍ଷ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସମସ୍ତ ବନାଞ୍ଚଳ ଅଧୀନସ୍ଥ ଅଭୟାରଣ୍ୟର ଆରମ୍ଭ ହୋଇଛି ବାଘ ଗଣନା କାର୍ଯ୍ୟ । ବନଖଣ୍ଡର ୪ ଗୋଟି ରେଞ୍ଜର ୩୬ଟି ବିଟ୍‌ ହାଉସ୍‌ରେ ଏହି ଗଣନା କାର୍ଯ୍ୟ ଚାଲୁ ରହିଛି । ଯଉଁଥିରେ ବାଣିଗୋଛା (ପୂର୍ବ) ବନାଞ୍ଚଳର ୩ଟି ସେକ୍ସନର ୭ଟି ବିଟ୍‌, ବାଣିଗୋଛା (ପଶ୍ଚିମ) ବନାଞ୍ଚଳର ୨ଟି ସେକ୍ସନ୍‌ର ୭ଟି ବିଟ୍‌, ବଉଦ ଜିଲ୍ଲାର କୁଶଙ୍ଗ ବନାଞ୍ଚଳର ୩ଟି ସେକ୍ସନର ୧୧ଟି ବିଟ୍‌ ଏବଂ ଗଣିଆର ଛାମୁଣ୍ଡିଆ ବନାଞ୍ଚଳର ୩ଟି ସେକ୍ସନର ୧୧ଟି ବିଟ୍‌ରେ ଏହି ଗଣନା ଆରମ୍ଭ ହୋଇଛି । ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଗଣନା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ୧୭ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ମାଂସାସୀ ପ୍ରାଣୀଙ୍କ ଗଣନା କାର୍ଯ୍ୟ ଚାଲିବାକୁ ଥିବା ବେଳ ୨୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଟ୍ରାଜିଟ୍‌ ଲାଇନ୍‌ ସେଭର୍‌ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବଡକଥା ହେଉଛି ପ୍ରଥମ ୩ ଦିନ ଗଣନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିରେ ମାଂସାସୀ ପ୍ରାଣୀଙ୍କ ମଳ, ପାଦ ଚିହ୍ନ ଏବଂ ରାମ୍ପୁଡା ଚିହ୍ନ ଉପେର ନିରୀକ୍ଷଣ କରାଯାଉଛି ।
ବିଶେଷକରି ଏହି ବାଘ ଗଣନା କାର୍ଯ୍ୟ ୪ ବର୍ଷରେ ଥରେ ହେବାକୁ ଥିବା େବେଳ ବନଖଣ୍ଡ ପକ୍ଷରୁ ବର୍ଷକୁ ୨ ଥର ଗଣନା କରାଯାଉଛି । ପ୍ରାକ୍‌ ମୈସୁମୀ ଅର୍ଥାତ୍‌ ବର୍ଷା ପୂର୍ବରୁ ଏବଂ ବର୍ଷା ପର ସମୟେରେ ଗଣନା କରାଯାଉଛି । ଯାହାକି ଡିସେମ୍ବର ଏବଂ ଜୁନ୍‌ ମାସରେ ଗଣନା କରାଯାଉଛି । ବଡକଥା ହେଉଛି ବାଘର ଗଣନା ଅନୁଯାୟୀ ବିଭିନ୍ନ ବନାଞ୍ଚଳଳରେ ବାଘର ପ୍ରକୃତ ହିସାବ ରହୁ ନ ଥିବା ବିଶଷସୂତ୍ରରୁ ଜଣାପଡିଛି । ପ୍ରତିବର୍ଷ କେତେ ସଂଖ୍ୟକ ବାଘ ଚିହ୍ନଟ ହେଉଛନ୍ତି ଓ ଏହାର ବାସ୍ତବ ସଂଖ୍ୟା ବୃଦ୍ଧି ପାଉଛି ନା ହ୍ରାସ ଘଟୁଛି ତାର ହିସାବ ମିଳୁନି । ଧର୍ମକୁ ଆଖିଠାର ନ୍ୟାୟରେ କର୍ମଚାରୀ ମାନେ ଗଣନା କାର୍ଯ୍ୟ କରୁଥିବା କୁହାଯାଉଛି । ଏହି ବନଖଣ୍ଡରେ ମହାବଳ ବାଘ ଦେଖିବାକୁ ମିଳୁ ନ ଥିବା ବେଳ ଗତ ୨୦୨୧ ଡିସେମ୍ବର ମାସରେ ଏକ କଳା ରଙ୍ଗର ଚିତାବାଘ ଥିବା ଟ୍ରାପ୍‌ କ୍ୟାମେରାରେ ଚିହ୍ନଟ ହୋଇଥିଲା । ଏହି ବାଘ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଦେଖିବାକୁ ମିଳୁ ନ ଥିବା ବେଳ ଏହି ବିରଳ ପ୍ରଜାତିର ବାଘ ଏବେ ଅଛି କି ନାହିଁ ତାର ହିସାବ ମଧ୍ୟ ଅଧିକାରୀଙ୍କ ନିକଟରେ ନ ଥିବା ଜଣାପଡିଛି । ସେହିଭଳି ୨୦୨୧ ଜୁନ୍‌ ୩୦ ତାରିଖ ଦିନ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ନିକଟସ୍ଥ ଓସ୍ତବାଙ୍କ ନିକଟରେ, ଅଜଣା ଗାଡି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା । ଏହାପରେ ବାଘଙ୍କ ସୁରକ୍ଷା ନେଇ କେବଳ ରାଜପଥ କଡରେ ଫଳକ ମାରିଦେଇ ଅଧିକାରୀମାନେ ନିଜ ଦାୟିତ୍ୱ ତୁଟାଇ ଦେଇଛନ୍ତି । ବିଭିନ୍ନ ସମୟରେ ବାଣିଗୋଛା ପୂର୍ବ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ମଧ୍ୟରେ ଶିକାରୀଙ୍କ ପାଦ୍ରୁଭାବ ବୃଦ୍ଧି ପାଇବା ସାଙ୍ଗକୁ ବିଭିନ୍ନ ସ୍ଥାନରୁ ବାଘ ଛାଲ ଜବତ ହୋଇଥିବାବେଳେ ବାଣିଗୋଛା ପୂର୍ବ ବନାଞ୍ଚଳ ଅଧିକାରୀ କୁଆଁରିଆ କାର୍ଯ୍ୟାଳୟ ଠାରେ ନିଘୋଡ ନିଦରେ ଶୋଇଥିବା ସାଧାରଣରେ ଶୁଣିବାକୁ ମିଳୁଛି । ତେବ ଏଥିରୁ ଷ୍ପଷ୍ଟ ଅନୁମେୟ ଯେ, ଗଣନା ଯେ କେବଳ କାଗଜପତ୍ରରେ ସୀମିତ ତାହା ଆଉ ବୁଝିବାକୁ ବାକିନାହିଁ ।

hiranchal ad1
Leave A Reply

Your email address will not be published.

12 + seventeen =