ଏକାଗ୍ରତାର ମୂଳ ମନ୍ତ୍ର ଯୋଗ: ଡାକ୍ତର ଭବାନୀ ଶଙ୍କର ପାଲ

0 66

ଜହ୍ନାପଙ୍କ: କେନ୍ଦ୍ର ସରକାରଙ୍କ ଜାତୀୟ ଆୟୁଷ ମିଶନ ଓ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶାଳୟ ମିଳିତ ଆନକୂଲ୍ୟରେ ବଘିଆପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କନ୍ଧମାଳ ମଣ୍ଡଳ ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ଭବାନୀ ଶଙ୍କର ପାଲ ଏହି ଯୋଗ ଶିବିରକୁ ଉଦଘାଟନ କରିବା ସହ ଏକାଗ୍ରତାର ମୂଳ ମନ୍ତ୍ର ଯୋଗ ବୋଲି କହିଥିଲେ । ଯୋଗାଚାର୍ଯ୍ୟ ମନୋରଞ୍ଜନ ମହାପାତ୍ର ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଯୋଗ ଅଭ୍ୟାସ କରାଇଥିଲେ । ଏହି ଯୋଗ ଶିବିରରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଓ ଶିକ୍ଷକ ଶିକ୍ଷୟତ୍ରିମାନେ ସହଯୋଗ କରିଥିଲେ । ଶିବିରରେ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହିତ ଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ ।
ସେହିପରି ବୌଦ୍ଧ ବ୍ଲକ ଜହ୍ନାପଙ୍କ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍ସବ କୁମାର୍‌ ସାହୁ ଯୋଗ ଦେଇ ଯୋଗ କରିବା ଦ୍ୱାରା ଆମେ ନିରୋଗ ରହିବା ସହିତ ଯୋଗର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପ୍ରମୁଖ ପ୍ରଭାତ କୁମାର ଶତପଥୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଘାସିରାମ ଭୋକ୍ତା, ଶିକ୍ଷକ ହାଡିବନ୍ଧୁ ବେହେରା ଯୋଗ ଦେଇ ଥିଲେ । ଯୋଗ ଶିକ୍ଷକ ଦେବ ନାରାୟଣ ପ୍ରଧାନ ଶିଶୁମାନଙ୍କୁ ଯୋଗ ଅଭ୍ୟାସ କରାଇଥିଲେ । ଏହି ଅବସରରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜହ୍ନାପଙ୍କ ଶିଶୁ ବିଦ୍ୟା ମନ୍ଦିରରୁ ୧୦ ଜଣ ଶିଶୁ ଆଦର୍ଶ ବିଦ୍ୟାଳୟରେ କୃତିତ୍ୱ ଅର୍ଜନ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏବଂ ନୂତନ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତ ପାଇଥିବା ଯୁଗ୍ମ ସମ୍ପାଦକ ହାଡ଼ିବନ୍ଧୁ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ପରିଚୟ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ମେହେର ଦେଇଥିବା ବେଳେ ଦେବ ନାରାୟଣ ପ୍ରଧାନ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ଓ ଅଭିଭାବକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

thirteen + 9 =