ହରଭଙ୍ଗା:ହରଭଙ୍ଗା ବ୍ଲକ ତିଳେଶ୍ୱର ଖେଳପଡ଼ିଆଠାରେ ବୁଧବାର ତିଳେଶ୍ୱର କ୍ରିକେଟ ଆସୋସେସନ ଆନୁକୂଲ୍ୟରେ ଟି-୧୦ ପ୍ରିମିୟର ଲିଗ ତିଳେଶ୍ୱର ୨୦୨୩ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟ ୪ଦିନ ଧରି ଚାଲିଥିବା ବେଳେ ଆଜି ଉଦଯାପନୀ ମ୍ୟାଚରେ ଆସୁ-୧୧ ପୁରୁଣାକଟକ ସହିତ ଲଇଗାଁ ମଧ୍ୟରେ ଖେଳ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଆସୁ୧୧ପୁରୁଣା କଟକ ନିର୍ଦ୍ଧାରିତ ୧୦ ଓଭରରେ ୧୧୦ ରନ କରିଥିଲା, ପ୍ରତିବଦଳରେ ଲଇଗାଁ ୧୦ ଓଭରରେ ପାଞ୍ଚ ଗୋଟି ୱିକେଟ ହରେଇ ୧୦୦ ରନ ସଂଗ୍ରହ କରି ପରାଜିତ ହୋଇଥିଲା ।ଫଳରେ୧୦ ରନରେ ଆସୁ୧୧ ବିଜୟୀ ହୋଇଥିଲା ।ଉକ୍ତ ଫାଇନାଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ମୁଖ୍ୟ ଅତିଥି ଭାବେ ତିଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଝୁନୁ ବେହେରା ସମ୍ମାନିତ ଅତିଥି ଭାବେ ନିକୁଞ୍ଜ ବେହେର ଓ ପ୍ରଭାତ ଚନ୍ଦ୍ର ବେହେରା ଉପସ୍ଥିତ ରହି ବିଜୟୀ ଓ ପରଜୟୀ ଦଳକୁ ଉତ୍ସାହିତ ପୂର୍ବକ ଟ୍ରଫି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସୌମ୍ୟ ବିଜୁ, ଆଶିଷ, ସୀମାଞ୍ଚଳ, ଟୁଲୁ, ରିଠୁ, ସାଲୁ ଓ ମଣ୍ଟୁ ସହଯୋଗ କରିଥିଲେ ।