ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ସେବାୟତଙ୍କ ଦ୍ୱାରା ଆକ୍ରମଣ ପ୍ରତିବାଦରେ ଗଜପତି ପ୍ରେସ କ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି,୨୪/୬:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ପ୍ରେସ କ୍ଲବ ତରଫରୁ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନାଥାଉକି ଗତ ମଙ୍ଗଳବାର ୨୦ ତାରିଖ ଦିନ ପୁରୀରେ ନ୍ୟୁଜ-୭ର ଦୁଇଜଣ ସାମ୍ବାଦିକ ରଥଯାତ୍ରାର ଖବର ସଂଗ୍ରହ ସମୟରେ ପୁରୀ ମନ୍ଦିର ସେବାୟତଙ୍କ କିଛି ମନମୁଖୀ କାରବାର ଦେଖିବାକୁ ପାଇଥିଲେ । ଯାହାକୁ ନେଇ ପୁରୀ ବ୍ୟୁରୋ ଚିତ୍ତରଞ୍ଜନ ମହାନ୍ତି ଓ ପୁରୀ ପ୍ରତିନିଧି ଚନ୍ଦ୍ରଶେଖର ପାତ୍ର ଖବର ସଂଗ୍ରହ କରୁଥିବା ସମୟରେ ଦୁଇ ଜଣ ସେବାୟତ ହଠାତ ଉତକ୍ଷିପ୍ତ ହୋଇ ଖବର ସଂଗ୍ରହ କରୁଥିବା ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଯାହାକୁ ନେଇ ଗଜପତି ପ୍ରେସ କ୍ଲବ ଏହିପରି କାର୍ଯ୍ୟ କଳାପକୁ ଦୃଢ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । ଏଥିସହ ଗଜପତି ପ୍ରେସକ୍ଲବର ସମସ୍ତ ସଦସ୍ୟମାନେ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର ଏବଂ ଗଜପତି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।