୨୫ ଜୁନକୁ କଳା ଦିବସ ରୂପେ ପାଳିଲା ଜିଲ୍ଲା ବିଜେପି

0 143

ନବରଙ୍ଗପୁର: ୨୫ ଜୁନ ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜରୁରୀ କାଳୀନ ପରିସ୍ଥିତିକୁ ଭାରତୀୟ ଇତିହାସର କଳା ଅଧ୍ୟାୟ ଓ କଳା ଦିବସ ପାଳିତ କରିଛି ନବରଙ୍ଗପୁର ବିଜେପି । ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ପକ୍ଷରୁ ପାର୍ଟି କାର୍ଯ୍ୟାଳୟ ଠାରେ ଦେଶରେ ଗଣତନ୍ତ୍ର ହତ୍ୟା କରିବା ପରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ କାଳୀନ ଘୋଷଣା କରିଥିବାକୁ ନଗର ମଣ୍ଡଳ ସଭାପତି ଶ୍ରୀଧର ପାତ୍ରଙ୍କ ନେତୃତ୍ୱରେ କଳା ଦିବସ ପାଳିତ ହୋଇଯାଇଛି । ଏଥିରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ବକ୍ତା ଭାବେ ଯୋଗ ଦେଇ ପ୍ରାୟ ଏକୋଇଶି ମାସ ଧରି ଜରୁରୀ କାଳୀନ ପରିସ୍ଥିତିରେ ଗଣତନ୍ତ୍ରକୁ ହତ୍ୟା କରିବା ସହ ଲକ୍ଷ ଲକ୍ଷ ଜନନେତା, ସମାଜସେବୀ, ସାମ୍ୱାଦିକଙ୍କୁ କାରାବାସ କରି ଏକଛତ୍ରବାଦ୍‌ ଶାସନ କରିଥିଲେ ଇନ୍ଦିରା ଗାନ୍ଧୀ । ୨୫ଜୁନ୍‌ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀ କାଳୀନ ସମୟକୁ ଦେଶ ତମାମ ବିଜେପି କଳା ଦିବସ ପାଳନ କରିଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଦେବଦାସ ମହାକୁଡ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ମହିଳା ନେତ୍ରୀ ଶର୍ମିଷ୍ଠା ଦେଓ, ରାଜେନ୍ଦ୍ର ବିଶୋଇ, ଏ ସତୀଶ , ସୁବ୍ରତ ମିଶ୍ର, ସରୋଜ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

17 + 3 =