ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ,ତିନି ଗୋଟି ଗ୍ରାମର ଲୋକ ପାଇବେ ସୁବିଧା

0 303

ହରଭଙ୍ଗା :ଶ୍ରୀ ସତ୍ୟସାଇ ସେବା ସଂଗଠନ ବୌଦ୍ଧ ତରଫରୁ ଲୋକ ମାନଙ୍କୁ ଫ୍ଲୋରାଇଡ୍‌ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ନେଇ ଜିଲ୍ଲାରେ ଥିବା ବିଭିନ୍ନ ଫ୍ଲୋରାଇଡ ଆଧିକ୍ୟ ଅଞ୍ଚଳ ମଧ୍ୟରୁ ସଂପୋଚ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଝୁଲି ଗ୍ରାମରେ ଶ୍ରୀ ସତ୍ୟସାଇ ନିର୍ମଳଝର ନାମରେ ଏକ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି । ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂଗଠନର ଜିଲ୍ଲା ସଭାପତି ଡ଼ା. ପ୍ରିୟବ୍ରତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଂଗଠନର ସର୍ବ ଭାରତୀୟ ପୂର୍ବ ମଣ୍ଡଳ ସଭାପତି ଶ୍ରୀ ନାରାୟଣ ସର୍‌ ଯୋଗ ଦେଇ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀ ସତ୍ୟସାଇ ରାଜ୍ୟ ସଂଗଠନର ଉପସଭାପତି ଦ୍ୱୟ ସି ସାଇ ପ୍ରସାଦ, ପ୍ରତାପ କୁମାର ମହାନ୍ତି,ରାଜ୍ୟ ଶିକ୍ଷା ସଂଯୋଜକ ଅମିୟ ରଞ୍ଜନ କାନୁନଗୋ, ରାଜ୍ୟ ଅଭିଭାବକତ୍ୱ ନିର୍ବାହକ ଶ୍ରୀ ହରିହର ପାଢ଼ୀ ତଥା ୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ୍‌ ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରୀ ସତ୍ୟ ସାଇ ନିର୍ମଳଝର ଅଞ୍ଚଳବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ସହିତ ଗ୍ରାମର ଆଧ୍ୟାତ୍ମିକ ପରିବେଶର ଉନ୍ନତି ଆଣିବ ବୋଲି ମତ ପ୍ରକାଶ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ବରଝୁଲି ସମେତ ଘୋରଡ଼ା, ସାନ ସୁବଳୟା ଆଦି ଗ୍ରାମର ଲୋକ ଉପକୃତ ହୋଇପାରିବେ ବୋଲି ବରଝୁଲି ଗ୍ରାମ କମିଟିର ସଭାପତି ଗିରିଶ ନାୟକ ଓ ସମ୍ପାଦକ ବିଶ୍ୱମ୍ବର ମହାକୁଳ ମତବ୍ୟକ୍ତ କରିଥିଲେ । ସତ୍ୟସାଇ ସେବା ସଂଗଠନର ଏହି ପ୍ରକଳ୍ପ ଦ୍ୱାରା ପାନୀୟ ଜଳ ଜନିତ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ଉଚ୍ଚ଼ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଂଗଠନର ବହୁ ସ୍ୱେଚ୍ଛାସେବୀଙ୍କ ସମେତ ବରଝୁଲି ଗ୍ରାମର ସମସ୍ତ ଜନ ସାଧାରଣ ସହଯୋଗ କରିଥିଲେ । ଶେଷରେ ବଶିଷ୍ଠ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × four =