ମହାରାଷ୍ଟ୍ର ରାଜନୀତିରେ ବଡ଼ ହଟଚମଟ, ଅଜିତ ପାୱାର ହେଲେ ଉପ-ମୁଖ୍ୟମନ୍ତ୍ରୀ

0 74

ମୁମ୍ବାଇ: ଏନସିପିରେ ପୁରୁଖା ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ପତିଆରା ପ୍ରାୟ ଜିରୋ ସ୍ଥିତିକୁ ଚାଳିଆସିଛି । ଦଦା-ପୁତୁରା ତିକ୍ତତା ଆହୁରି ତୀବ୍ର ହୋଇଛି । ପୁତୁରା ଅଜିତ ପାୱାର ଆଉ ଦାଦା ଶରଦଙ୍କ ନିୟନ୍ତ୍ରଣରେ ନାହାନ୍ତି । ଏନିସିପି ଏବେ ବସ୍ତୁତଃ ଦୁଇଫାଳ ହୋଇଛି । ଶରଦ ପାୱାରଙ୍କ ସମେତ କିଛି ନେତା ଓ ବିଧାୟକ ଏବେ ବି ଉଦ୍ଧବ ଠାକରେ ଓ କଂଗ୍ରେସ ସହ ରହିଛନ୍ତି । କିନ୍ତୁ ଅଜିତ ପାୱାର ଓ ପ୍ରାୟ ୯ ଜଣ ବିଧାୟକ ଆଜି ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ଓ ବିଜେପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ସମର୍ଥନ ଦେବା ମାତ୍ରେ ଅଜିତ ପାୱାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ । ଏହାପରେ ସେହିଠାରେ ହିଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଧରମରାଓ ଅତରମ, ସୁନୀଲ ବାଲସାଡେ, ଅଦିତି ତାଟକାରେ, ହାସନ ମୁଶରିଫ, ଚଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନୀଲ ପାଟିଲ, ଦିଲୀପ ଭାଲସେ ପାଟିଲ ମଧ୍ୟ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି ।
ଅଜିତ ପାୱାରଙ୍କ ଶପଥ ପାଠ ପରେ ମହାରାଷ୍ଟ୍ରରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିଛି ଦିନ ତଳେ ଅଜିତ ପାୱାର ବିରୋଧୀ ଦଳ ନେତା ପଦରେ ଆଉ ରହିବାକୁ ଇଛା ନାହିଁ ବୋଲି କହିଥିଲେ । ସେତେବେଳେ ଆକଳନ କରାଯାଉଥିଲା ଯେ ସେ ଓ ତାଙ୍କ ସହ ଥିବା ପ୍ରାୟ ୨୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିବେ । ଏବେ ସତକୁ ସତ ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି । ଏହା ବଦଳରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ମିଳିଛି ।

hiranchal ad1
Leave A Reply

Your email address will not be published.

5 × 1 =