ପାତାଳି ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

0 75

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ଶ୍ରୀ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ମହାପ୍ରଭୁଙ୍କ ନିଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ସୁଦର୍ଶନ ତାପରେ କ୍ରମନ୍ୱୟରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡି କରି ମନ୍ଦିରକୁ ନିଆଯାଇଥିଲା । ଏଥିରେ ଲକ୍ଷ୍ମଣ ନାୟକ ଓ ବିଶେଶ୍ୱର ପାଢୀ ପହଣ୍ଡି ଗୀତ ଗାଇଥିଲେ । ଲକ୍ଷ୍ମୀ ନାରାୟଣ କଳି ଗୀତ ଶ୍ରୀରାମ ପଣ୍ଡା ଓ ବିଶେଶ୍ୱର ପାଢୀ ଗାଇଥିଲେ । ସୁବଳୟା ସଂକିର୍ତ୍ତନ ମଣ୍ଡଳୀ ଓ କୋଟସମଲାଇ ମହିଳା ସଂକୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିଲେ । ଆରତୀ, ପ୍ରତିଷ୍ଠା ନୀତି ସହ ଚତୁର୍ଦ୍ଧା ବିଗ୍ରହଙ୍କ ରତ୍ନସିଂହାସନ ବିଜେ ହୋଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

four × 1 =