ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା

0 258

ପୁରୀ : ମାନବ ସେବା ହିଁ ମାଧବ ସେବା । ଚଳିତ ରଥଯାତ୍ରାରେ ବିଭିନ୍ନ ସେବାରେ ନିୟୋଜିତ ସ୍ୱେଚ୍ଛାସେବୀମାନେ ଅତି ସୁନ୍ଦର ଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଛନ୍ତି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ । ଆଜି ଅପରାହ୍ନରେ ୟୁଥ ହଷ୍ଟେଲ ପରିସରରେ ଜଗନ୍ନାଥ ବଲ୍ଲଭ ସ୍ୱଚ୍ଛତା ମିଶନ ପକ୍ଷରୁ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ରଥଯାତ୍ରା ଏକ ବ୍ୟାପକ କାର୍ଯ୍ୟକ୍ରମ ଓ ଏଥିରେ ସ୍ୱାସ୍ଥ୍ୟ, ପାନୀୟ ଜଳ, ଖାଦ୍ୟ, ସ୍ୱଚ୍ଛତା, ଶାନ୍ତି ଶୃଙ୍ଖଳା, ସୁରକ୍ଷା, ସୂଚନା ସେବା ଇତ୍ୟାଦି ବହୁତ ସେବାର ଆବଶ୍ୟକତା ଥାଏ । ଏହି ସେବା ପାଇଁ ନିୟୋଜିତ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ମହନୀୟ ସେବାକୁ ଭବିଷ୍ୟତରେ ମଧ୍ୟ ଯୋଗାଇବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ । ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଏଚଏସିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବାସୁଦେବ ଛାଟୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଜୟ ଶଙ୍କର ଜୋଶୀ ପ୍ରମୁଖ ରଥଯାତ୍ରାରେ ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା ଓ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ସନ୍ତୋଷ କୁମାର ମହାନ୍ତି, ସୁଶାନ୍ତ କୁମାର ନାୟକ, ନରେନ କୁମାର, ଡଃ ପ୍ରମୋଦ କୁମାର ଦଳାଇ, ପ୍ରାଧ୍ୟାପକ ବିଶ୍ୱଜିତ ଦାସ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଦସ୍ୟ ମନୋଜ କୁମାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

six + thirteen =