ଭାରସାମ୍ୟ ହରାଇ ଧକ୍କା ହେଲା ବାଇକ,୨ ମୃତ

0 242

ହରଭଙ୍ଗା :ଭାରସାମ୍ୟ ହରାଇ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣା ସ୍ଥଳରେ ୨ଜଣଙ୍କ ଜୀବନ ହାନୀ ହୋଇଥିବା ଜଣାପଡିଛି । ଏମିତି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ତିଳେଶ୍ୱର ଠାରେ । ଘଟଣା ମତେ ପୁରୁଣାକଟକ ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ରମେଶ ଦଳ ବେହେରା (୩୫)ଓ ମାଣିକପୁର ଗ୍ରାମର ଗଣେଶ ପ୍ରଧାନ (୩୨)ବୁରୁବୁଡ଼ା ଗ୍ରାମର ଏକ ଘର ନିର୍ମାଣ କାର୍ଯ୍ୟ ସାରି ରବିବାର ସଂଧ୍ୟା ପ୍ରାୟ ୮ଘଣ୍ଟା ସମୟରେ ନିଜ ଗ୍ରାମକୁ ବାଇକ ଯୋଗେ ଫେରୁଥିବା ସମୟରେ ତିଲେଶ୍ୱର ଜଗନ୍ନାଥ ମନ୍ଦିର ନିକଟରେ କୌଣସି କାରଣରୁ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଡ୍ରେନରେ ଧକ୍କା ହୋଇଥିଲେ । ଏଭଳି ଦୁର୍ଘଟଣା ହୋଇଥିଲା ଯେ ଦୁର୍ଘଟଣା ସ୍ଥଳରେ ହିଁ ଉଭୟଙ୍କ ଜୀବନ ଚାଲିଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁରୁଣାକଟକ ପୋଲିସ ପହଂଚି ଶବକୁ ଜବତ ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ଅନ୍ୟ ପଟେ ରାସ୍ତାର ଡ୍ରେନ ନିର୍ମାଣ କରୁଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଓ ଡ୍ରେନରେ ସ୍ଲାପ ନ ଢାଙ୍କି ମୁକୁଳା କରି ପକାଇଥିବାରୁ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁ ଥିଲା ଓ ଏଥି ପାଇଁ ଆଜି ନିରୀହ ୨ଜଣ ଦିନ ମଜୁରିଆଙ୍କ ଜୀବନ ଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ଉଭୟ ଦୁଇ ମୃତକ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

6 + eighteen =