ଯୁବକଙ୍କୁ ଗଳା କାଟି ହତ୍ୟା, ପୋଲିସ୍‌ ପକ୍ଷରୁ ଛାନ୍‌ ଭିନ୍‌ ଜାରି

0 451

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ଅଞ୍ଚଳର ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ମୃତକ ଜଣକ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଗଡମା ଗ୍ରାମର ମହେଶ୍ୱର ମାଝୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି ରାତିରେ ମହେଶ୍ୱର ଗାଧୋଇବା ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । କେହି ଦୁର୍ବୁତ୍ତ ତାଙ୍କ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବରପାଇ ବ୍ରାହ୍ମଣୀଗାଁ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ହତ୍ୟାକାଣ୍ଡର ଅଧିକ ତଥ୍ୟ ଜାଣିବା ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ ସ୍କ୍ୱାଡ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିବା ନେଇ ବ୍ରାହ୍ମଣୀଗାଁ ଥାନା ତରଫରୁ ସୂଚନା ମିଳିଛି । ସେପଟେ ଏନେଇ ମୃତକଙ୍କ ପରିବାର ତରଫରୁ ଏଯାବତ୍‌ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ବ୍ରହ୍ମଣିଗାଁ ଥାନା ଅଧିକାରୀ ।

hiranchal ad1
Leave A Reply

Your email address will not be published.

10 − five =