ଜନ୍ମ ଦିନ ଉପଲକ୍ଷେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୮୫ ୟୁନିଟ ରକ୍ତ ସଂଗ୍ରହ

0 68

ଜି.ଉଦୟଗିରି: ସ୍ଥାନୀୟ ଏନଏସି ଟାଉନହଲ ଠାରେ ଆଜି ସ୍ୱେଚ୍ଛାସେବୀ ନିତ୍ୟସୁନ୍ଦର ଦାଶ(ସିଲୁ)ଙ୍କ ପ୍ରଚେଷ୍ଟାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗୁରୁ ପୂର୍ଣ୍ଣିମା ଏବଂ ନିତ୍ୟସୁନ୍ଦର ଦାଶ ତାଙ୍କ ଜନ୍ମଦିବସକୁ ରକ୍ତଦାନ ଭଳି ମହତ କର୍ମ କରି ସମାଜର ଲୋକଙ୍କୁ ଏକ ଉତ୍ତମ ବାର୍ତ୍ତା ଦେଇଛନ୍ତି । ଏହି ଶିବିରରେ ତାଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏହି ଶିବିରରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ,କଳିଙ୍ଗ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସାମ୍ବାଦିକ, ସ୍ୱେଚ୍ଛାସେବୀ ଯୋଗ ଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଆଜିକାର ଏହି ରକ୍ତ ଦାନ ଶିବିରରେ ସର୍ବମୋଟ ୮୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ରହିଛି । ଶିବିରରେ ଫୁଲବାଣୀ ରକ୍ତ ଭଣ୍ଡାର ଡାକ୍ତର ଜୟଦିପ ଘୋଷଙ୍କ ତତ୍ତ୍ୱାବଧାନରେ ସୁଜିତ କୁମାର ସାହୁ, ପ୍ରଶାନ୍ତ କୁମାର ରତ୍ନାଲୁ,ଅର୍ଚ୍ଚନା ପ୍ରଧାନ, ବରୁଣ ବେହେରା ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ । ନିତ୍ୟସୁନ୍ଦର ଦାସଙ୍କର ପ୍ରଚେଷ୍ଟାରେ ସମୁଦାୟ ୧୪ ଥର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିବା ସୂଚନା ଥିବା ବେଳେ ଆଗକୁ ମଧ୍ୟ ଏହିପରି ଅନେକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

20 − 20 =