ରାଧାନଗରଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

0 238

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶା ଓ ଭୁବନେଶ୍ୱର ସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ମିଳିତ ଆନୁକୁଲ୍ୟରେ ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶା ର ସଦସ୍ୟ ଯୁବ ସ୍ୱେଚ୍ଛାସେବୀ ତୋଫାନ୍‌ ଦେହୁରୀ ଓ ରୋଟାରୀ ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ୍‌ କୋଡିନେଟର ଦୁର୍ଗା ପ୍ରସାଦଙ୍କ ନେତୃତ୍ୱରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଅଞ୍ଚଳର ବିଭିନ୍ନ ଚକ୍ଷୁ ସମସ୍ୟା ଥିବା ୫୫ ଜଣରୁ ଉର୍ଦ୍ଧ୍ୱ ଲୋକ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୧୯ ଜଣ ମୋତିଆ ବିନ୍ଦୁ ଓ ଅନ୍ୟ ଚକ୍ଷୁ ରୋଗୀ ଚିହ୍ନଟ ହୋଇଥିଲେ । ମୋତିଆ ବିନ୍ଦୁ ଓ ଅନ୍ୟ ଚକ୍ଷୁ ରୋଗୀଙ୍କ ଅପରେସନ ପାଇଁ ସ୍ୱତନ୍ତ୍ର ଗାଡି ଯୋଗେ ଭୁବନେଶ୍ୱର ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେଠାରେ ବିନା ମୂଲ୍ୟରେ ଅପରେସନ ଓ ଉନ୍ନତ ମାନର ଜବକାଚ ପ୍ରତିରୋପଣ ହେବ ବୋଲି ସୂଚନା ମିଳିଛି । କାର୍ଯ୍ୟକ୍ରମ ଆୟୋଜନରେ ରାଧାନଗର ଗ୍ରାମପଞ୍ଚାୟତର ସରପଞ୍ଚ ଗଣେଶ କୁମାର ବେହେରା, ସ୍ୱେଚ୍ଛାସେବୀ ଇଂ. ବିକାଶ ମହାକୁଡ଼ ଓ ରାଧାନଗର ଗ୍ରାମର ବବୁଲୁ ନାଏକ, ପ୍ରିତମ ସାହୁ, ଦିବ୍ୟ ପ୍ରଧାନ,ସୁଶାନ୍ତ କୁମାର ମିଶ୍ର ସହଯୋଗ କରିଥିଲେ । ଏହି ଚକ୍ଷୁ ଶିବିରରେ ଡ଼. ବିଜୟ କୁମାର ସାହୁ ଓ ପୀତବାସ ନାଏକ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

three − 1 =