ନୂଆପଡ଼ା: ନୂଆପଡ଼ା ବ୍ଲକ ଗୋଡଫୁଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଟପରପାଳି ଗ୍ରାମ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଅଛି । ଏହି ବନ ମହୋତ୍ସବରେ ଓଡ଼ିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ପରିବେଶ ସୁରକ୍ଷା ଜଙ୍ଗଳ ବୃଦ୍ଧିରେ ସମ୍ଭବ ବୋଲି ଆହ୍ୱାନ କରିଥିଲେ । ଅନୁଷ୍ଠିତ ସଭାରେ ଖଡିଆଳ ବନଖଣ୍ଡ ଅଧିକାରୀ ସୁଶିଲ କୁମାର ତ୍ରିପାଠୀ, ଏସିଏଫ ମହମ୍ମଦ୍ ମୁସ୍ତଫା ସଲେହ, ରେଞ୍ଜର ବନିତା ଭୋଇ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ନୂଆପଡା ବ୍ଲକ ଉପାଧ୍ୟକ୍ଷ ଦିଲୀପ ନିର୍ମଳକର, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ସମାଜସେବୀ ମନୋଜ ଡାଗା, ସିଆରସିସି ବିଜୟ କୁମାର ମିଶ୍ର, ପ୍ରଧାନ ଶିକ୍ଷକ ଶ୍ୟାମ ଚନ୍ଦ୍ର ଦଣ୍ଡସେନା, ଫରେଷ୍ଟର ଖଗେଶ୍ୱର ମାଝୀ, ପରମାନନ୍ଦ ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ନୂଆପଡ଼ା ରେଞ୍ଜରେ ୨ ଲକ୍ଷ ଉଦ୍ଧ୍ୱର୍ ଚାରାରୋପଣର ଲକ୍ଷ୍ୟ ରହିଅଛି ।