ଜୋର ଧରିଲା ଶ୍ରୀମନ୍ଦିରରେ ଡ୍ରେସକୋଡ ଦାବି,ଜାଣନ୍ତୁ କ’ଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0 109

ପୁରୀ :ଦକ୍ଷିଣ ଭାରତ ହେଉ ଅବା ଉତ୍ତର ଭାରତ କି ପଶ୍ଚିମ ଭାରତ ସବୁଠି ଦେବାଦେବୀ ମନ୍ଦିରରେ ଦର୍ଶନ ପାଇଁ ଗଲେ ଭକ୍ତଙ୍କ ପାଇଁ ରହିଛି ଡ୍ରେସ କୋଡ଼ । ଯେଉଁଥିରେ ମହିଳା ମାନେ ପାରମ୍ପରିକ ଶାଢୀ ପରିଧାନ କରିବା ଆବଶ୍ୟକ । ଯୁବତୀ ମାନେ ସାଲୁୱାର ପଞ୍ଜାବୀ ଓଢଣୀ ପକାଇବା ଆବଶ୍ୟକ । ଯୁବକ ମାନେ ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଯାଇପାରିବେ ନାହିଁ । ତେଣୁ ଚାରିଧାମର ଶ୍ରେଷ୍ଠ ଧାମ ମଧ୍ୟରେ ଶ୍ରୀଜଗନ୍ନାଥ ଧାମ ରହିଥିବାରୁ ଆଧ୍ୟାତ୍ମିକତା ଓ ପବିତ୍ରତା ବଜାୟ ରଖିବା ପାଇଁ ପାରମ୍ପରିକ ବେଶ ପୋଷାକ ପରିଧାନ କରିବା ଦରକାର । ଶ୍ରୀ ଜଗନ୍ନାଥ ମନ୍ଦିରରେ ଡ୍ରେସ କୋଡର ଆବଶ୍ୟକତା ରହିଛି । ଦେଶର ଅନ୍ୟ ମନ୍ଦିର ଭଳି ଶ୍ରୀମନ୍ଦିରରେ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସକୋଡ୍‌ କରାଯାଉ । ଏଥିପାଇଁ ସ୍ୱତନ୍ତ୍ର ଚେଞ୍ଜିଂ ରୁମର ବ୍ୟବସ୍ଥା କରାଯାଉ । ଫଳରେ ଶ୍ରୀମନ୍ଦିରରେ ପବିତ୍ରତା ସହ ଭକ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକତା ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର । ସେପଟେ ହିନ୍ଦୁ ମନ୍ଦିରରେ ଭକ୍ତ ମାନେ ଦର୍ଶନ କରିବା ସମୟରେ ଶାଳୀନତା ସମ୍ପନ୍ନ ବେଶଭୂଷା ରହିବା ଆବଶ୍ୟକ । ଭାରତବର୍ଷର ବିଭିନ୍ନ ମନ୍ଦିର ଭିତରକୁ ଯିବା ସମୟରେ ଡ୍ରେସକୋଡ ରହିଛି ବିଶେଷକରି ଦକ୍ଷିଣ ଭାରତରେ ଏହି ଡ୍ରେସକୋଡ କଡାକଡି ଭାବରେ ପାଳନ କରାଯାଇଥାଏ ସେହି ଅନୁସାରେ ପୁରୀ ଶ୍ରୀ ମନ୍ଦିରରେ ମଧ୍ୟ ଡ୍ରେସକୋଡ ଲାଗୁ କରାଯାଉ ବୋଲି ବରିଷ୍ଠ ସେବାୟତ କହିଛନ୍ତି ।

hiring


ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଟିଏ ଯେଉଁ ମାନସିକତାରେ ଆସୁଛି ସେଥିରେ ତାର ବେଶ ପୋଷାକ ବି ବେଶ ଗୁରୁତ୍ୱ ରଖୁଛି ।କାରଣ ଶ୍ରୀମନ୍ଦିର ସେବାୟତମାନେ ଦେଶର ଅନେକ ମନ୍ଦିରକୁ ଅନୁଭବ ଯାତ୍ରାରେ ଯାଇ ସେଠିବି ସେହି କଟକଣା ଅନୁସାର ସ୍ୱତନ୍ତ୍ର ପୋଷାକ ପରିଧାନ କରି ଦର୍ଶନ ପାଇଁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ବି ଏଭଳି ବ୍ୟବସ୍ଥାକୁ ଲାଗୁକରିବା ଦରକାର ।
ଆଉ ଏହି ଡ୍ରେସ କୋଡ ସମ୍ପର୍କରେ ପରିଚାଳନା କମିଟିରେ ଆଲୋଚନା କରିବାର ପ୍ରୋସେସରେ ରହିଛି, ସେଠାରେ ନିଷ୍ପତି ହେବା ପରେ ଯାହା ନିଷ୍ପତ୍ତି କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

hiranchal ad1
Leave A Reply

Your email address will not be published.

4 + 4 =