ସୁବର୍ଣ୍ଣପୁର : ସୋନପୁର ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଛାତ୍ରୀ ଅମ୍ରିତା ନନ୍ଦ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ସର୍ବୋଚ୍ଚ ସ୍ଥାନରେ ଭତ୍ତୀର୍ଣ୍ଣ ହୋଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗୀର ଦ୍ୱାରା ଗତକାଲି ପ୍ରଥମ ବ୍ୟାଚ୍ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ସୋନପୁର ମହା ବିଦ୍ୟାଳୟର ଓଡିଆ ବିଭାଗ ସମ୍ମାନର ଛାତ୍ରୀ ଅମ୍ରିତା ନନ୍ଦ ଟପ୍ପର ହୋଇ ସୁନାମ ଅର୍ଜନ କରିଛନ୍ତି । ସେ ବିନିକା ବ୍ଳକ ଶଙ୍କରା ଗାଁର ଅଟନ୍ତି । ଏହା ତାଙ୍କର କଠିନ ପରିଶ୍ରମର ଫଳ ସହ ନିଜ ପିତା ପ୍ରତାପ ନନ୍ଦ ମାତା ନିଳେନ୍ଦ୍ରୀ ନନ୍ଦ ଓ ଅଜା ବିଶିଷ୍ଟ ଶିକ୍ଷାବିତ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ପ୍ରେରଣା ତଥା ଅଧ୍ୟାପକଅଧ୍ୟାପିକାଙ୍କ ଦିଗଦର୍ଶନ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ସେ ପ୍ରକାଶ କରିଛନ୍ତି । ଏହି ବିଶେଷ ସଫଳତା ପାଇଁ ତାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ଓ ବିଭାଗୀୟ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀ ଅଭିନନ୍ଦନ ଜଣାଇଥିବା ବେଳେ ଏହି ସଫଳତା ତାଙ୍କର ସହପାଠୀ ଓ ଆଗାମୀ ଦିନର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । କୁମାରୀ ନନ୍ଦ ବିଦ୍ୟାଳୟସ୍ତରରୁ ଜଣେ କୃତୀ ଛାତ୍ରୀ ରହିବା ସହ ଜଣେ ସୌଖୀନ୍ ନୃତ୍ୟ ଶିଳ୍ପୀ ମଧ୍ୟ । ଆଗାମୀ ଦିନରେ ଓଡିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ସହ ଗବେଷଣା କରିବା ଓ ଅଧ୍ୟାପନା ପାଇଁ ଲକ୍ଷ୍ୟ ରଖିଥିବା କୁମାରୀ ନନ୍ଦ ପ୍ରକାଶ କରିଛନ୍ତି ।