ଧର୍ମଗଡ: ଧର୍ମଗଡ ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଆଜି ଧର୍ମଗଡ ବିଧାୟକ ମୌଷଧୀ ବାଗଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ୧୯୯୨ ମସିହାରେ ସ୍ଥାପିତ ଅଞ୍ଚଳର ସର୍ବ ପୁରାତନ ମହିଳା ମହାବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ରହିଥିଲା । ବିଦ୍ୟାଳୟ ଯୁକ୍ତ ଦୁଇ କଳା ବିଭାଗରେ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷରେ ମୋଟ ୫୧୨ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏତେ ସଂଖ୍ୟକ ଛାତ୍ରୀଙ୍କ ପାଇଁ ମାତ୍ର ତିନୋଟି ଶ୍ରେଣୀ ଗୃହ ରହିଥିବା ବେଳେ ଏକ ପୁରୁଣା ଶ୍ରେଣୀ ଗୃହରେ କାମଚଳା ଭାବେ ପାଠ ପଢା ଯାଉଥିଲା ।
ଭିତ୍ତି ଭୂମିର ଅଭାବ ଯୋଗୁ ଉଭୟ ଛାତ୍ରୀ, ଶିକ୍ଷୟତ୍ରୀ, କର୍ମଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଦୀର୍ଘ ଦିନ ଧରି ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବି କରାଯାଉଥିଲା ବେଳେ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ସହାୟତା ରାଶି ପ୍ରଦାନ କରିଥିଲେ । ଫଳରେ ତିନିଟି ଶ୍ରେଣୀ ଗୃହରୁ ଏବେ ଏହା ବଢି ୬ଟି ଶ୍ରେଣୀ ଗୃହରେ ପହଞ୍ଚିଛି । ଆଜି ଏହି ଅବସରରେ ବିଦ୍ୟାଳୟ ପରିସରରେ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦଙ୍କ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ମୌଷଧି ବାଗ, ସମ୍ମାନିତ ଅତିଥି ଭାବେ ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ବିବେକ ରଞ୍ଜନ ମିଶ୍ର, ହୃଷୀକେଶ ମିଶ୍ର, ଯୁକ୍ତ ତିନି ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତୀ ମଞ୍ଜରୀ ପଣ୍ଡା, ସାମ୍ୱାଦିକ ଇଙ୍ଗିତ ପଣ୍ଡା, ବିରଞ୍ଚି ନାରାୟଣ ଜାଲ, ସ୍ୱାଧୀନ ବାଗ ପ୍ରମୁଖ ମଞ୍ଚାସିନ ଥିଲେ । ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସଞ୍ଜୀବ ମୁଣ୍ଡ ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟାପିକା ମମତା ତ୍ରିପାଠୀ, ସବିତା ପାଇକ ରାୟ, ସରିତା ସାମଲ, ଡମ୍ବରୁଧର ନାଏକ, ମନୋଜ ସେଠୀ, ସୁଶାନ୍ତ ପଟ୍ଟଯୋଷୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post