ନବରଙ୍ଗପୁର: ଜିଲ୍ଲା ମିଶନ ଶକ୍ତି ସଭା ଗୃହ,ନବରଙ୍ଗପୁର ଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ୨୦୨୩ ପାଳିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଉର୍ଦ୍ଧ୍ୱ ମାଛଚାଷୀ ମତ୍ସ୍ୟଜୀବୀ , ମାଛଚାଷ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ମତ୍ସ୍ୟ ଉଦ୍ୟୋଗୀ ମାନେ ଯୋଗ ଦେଇଥିଲେ । ଏହି ଶୋଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସ୍ତାଣ୍ଡିଂ କମିଟି ସଭାପତି କ୍ରୀଷ୍ଣା ମଞ୍ଜରି ବିଶୋଇ ଯୋଗ ଦେଇ ମତ୍ସ୍ୟଚାଷ ଜରିଆରେ ମହିଳା ସଶକ୍ତି କରଣ କିପରି କରାଯାଇପାରିବ ସେ ବିଷୟ ନେଇ ବିଶେଷ ବିବରଣୀ ଆଲୋକପାତ କରିଥିଲେ । ଏହି ସଭାକୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ନବରଙ୍ଗପୁର ରଞ୍ଜିତା ବେହେରା ପରିଚାଳନା କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣଦିତ ସମସ୍ତ ମତ୍ସ୍ୟଚାଷ ଜନିତ ସମସ୍ତ ଯୋଜନା ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ମାଛ ଯଆଁଳ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇର୍ଫାନ ଖାନ, ନବରଙ୍ଗପୁର ବ୍ଲକ ଏବଂ ଗଣେଶ ପ୍ରାଥମିକ ବାଣିଜ୍ୟ ମତ୍ସ୍ୟଜୀବୀ ସମବାୟ ସମିତିଙ୍କୁ ଏହି ସଭାରେ ସମ୍ମାନୀତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ରାଧେଶ୍ୟାମ ଲାଇକ, ଜିଲ୍ଲା ଅତିରିକ୍ତ କୃଷି ଉନ୍ନୟନ ଅଧିକାରୀ କମଳ ଲୋଚନ ନାୟକ, ସହକାରୀ ଉଦ୍ୟାନ ଅଧିକାରୀ କୁମୁଦ ଚନ୍ଦ୍ର ମହାନ୍ତି , ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇ ବିଭିନ୍ନ ବିଭାଗର ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଯଥା ଗିରିଜା ଶଙ୍କର ପଟ୍ଟନାୟକ, ବିକାଶ କୁମାର ପଟେଲ, ଇତିଶ୍ରୀ ସାହୁ, ସଞ୍ଜନା ସାମଲ, ଏସ .ଭବାନୀ ରେଡ୍ଡୀ, ସୁଭେନ୍ଦ୍ର କୁମାର ଦାଶ, ବିଶ୍ୱଜିତ ସରକାର, ଭାବଗ୍ରାହୀ ନାୟକ, ସୁରେନ୍ଦ୍ର କାଣ୍ଡି ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ମନୋରଞ୍ଜନ ମାଝୀ, ଲକ୍ଷ୍ମୀପ୍ରିୟା ଦାସ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପ୍ରମୁଖ ଏବଂ ଅକ୍ଷୟ କୁମାର ମୁଣ୍ଡ ବରିଷ୍ଠ କିରାଣୀ ସହାୟତା ଏବଂ ପରିଚାଳନା କରିଥିଲେ ।