ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ମରଣାନ୍ତକ ଆକ୍ରମଣ ଅଭିଯୁକ୍ତ

0 95

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ଦୌରାଜଜ୍‌ ବିଚାରପତି ସତ୍ୟପୀର ମିଶ୍ର ତା ୦୨/୦୩ /୨୦୧୬ ମସିହା ସନ୍ଧ୍ୟାରେ କନ୍ଧମାଳ ଜିଲାର ଗୋଛାପଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଥିବା ମାମଲାର ବିଚାରଣା କରି ଘଟଣାର ସମସ୍ତ୍‌ ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ଟିକେଶ୍ୱର କହଁରଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ମକଦ୍ଦମା ବିବରଣୀରୁ ପ୍ରକାଶ ଯେ ଗତ ୦୨ ମାର୍ଚ୍ଚ ୨୦୧୬ ମସିହାରେ ସନ୍ଧ୍ୟାରେ ଫୁଲବାଣୀ ମୁଖ୍ୟ ରାସ୍ତାର ଗୁଣ୍ଡିଚା ମାର୍କେଟ ନିଟକବର୍ତ୍ତୀ ଆନନ୍ଦ ବଜାର ପାଖରେ ଏକ ଶକ୍ତ ଧାରୁଆ ଅସ୍ତ୍ରରେ ଗୋଛାପଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ବେକକୁ ହାଣି ଟିକେଶ୍ୱର ଫେରାର ହୋଇଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ଅଭିଯୁକ୍ତ ଟିକେଶ୍ୱର ନାମରେ ଆଇପିସିର ଧାରା ୩ ୦୭/୩ ୨୭/୩ ୫୩ /୩୪ ରେ ମାମଲା ରୁଜୁ କରାଯାଇଥିଲା । ପରେ ୨୩ /୭ /୨ ୦୧ ୯ ରେ ପୋଲିସ ଟିକେଶ୍ୱରକୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ । ସେହି ମାମଲାର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

1 + 14 =