ଆବାସ ଅପେକ୍ଷାରେ ଦିନ ମଜୁରିଆ କାର୍ଜୀ ଦିଗାଲ

0 226

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେନାପଡ଼ି ଗ୍ରାମର କାର୍ଜୀ ଦିଗାଲ ଭଲ ଘରଟିଏ ନଥିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ସହିତ ରହି ଆସୁଛନ୍ତି । ମାଟି ଘର ସହିତ ଭଙ୍ଗା ଟିଣ ଛପର କରି ରହୁଛନ୍ତି । ପରିବାର କହିଲେ ପାଞ୍ଚ ପ୍ରାଣୀ ସ୍ତ୍ରୀ ଏବଂ ୩ ଛୋଟ ଛୁଆ । କାର୍ଜୀ ଦୈନନ୍ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ସ୍ତ୍ରୀ ମଧ୍ୟ ତାକୁ ସାହାଯ୍ୟ କରନ୍ତି । ଅଭାବ ଅନାଟନରେ ଦୈନନ୍ଦିନ ଚଳ ପ୍ରଚଳ ଏତେ ଭଲ ନୁହେଁ । ଯାହା ଉପାର୍ଜନ କରନ୍ତି ସେଥିରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ । ବର୍ଷା ଦିନେ ଘରର ଅବସ୍ଥା ନ କହିବା ଭଲ । ଘର ଉପରୁ ପାଣି ଝରୁଛି , ଅନେକ ଥର ପବନ ଯୋଗୁଁ ଟିଣ ଛପର ମଧ୍ୟ ଉଡେଇ ନେଇଛି । ସରକାରୀ ଘର ପାଇଁ ଅନେକ ଥର ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଛନ୍ତି, ହେଲେ କୌଣସି ସୁଫଳ ମିଳନାହିଁ । କେବଳ ପ୍ରତିଶୃତି ମାଳମାଳ । ସେପଟେ ତାଲିକାରେ ନା ନଥିବା କହିଛନ୍ତି । ଯୁବ ସମାଜସେବୀ ବିଞ୍ଜାମିନ ନାୟକଙ୍କ ସମେତ ଗ୍ରାମବାସୀ ଉକ୍ତ ପରିବାରକୁ ସରକାରୀ ଘର ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × four =