ଯୁବ ରେଡକ୍ରସ୍‌ ପକ୍ଷରୁ ୩ଦିନିଆ ତାଲିମ କାର୍ଯ୍ୟକ୍ରମ

0 203

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ କଲେଜର ଯୁବ ରେଡକ୍ରସ୍‌ ଓ ଗଜପତି ଜିଲ୍ଲା ରେଡକ୍ରସ ସମିତି ପକ୍ଷରୁ ଏହାକୁ ଆୟୋନ କରାଯାଇଛି । ଏହି ୩ଦିନିଆ ତାଲିମ ଶିବିରକୁ କଲେଜର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ଆୟୋଜନ କରାଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ବିଜ୍ଞାନ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ବି. ଗୋବିନ୍ଦ ରାଓ ଯୋଗଦେଇ ଆଶୁ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ କିପରି ଭାବରେ ଗୁରୁତ୍ୱ ବହନ କରେ ଏହା ଦ୍ୱାରା କିପରି ଲାଭ ମିଳେ ସେ ଉପରେ କହିଥିଲେ । କାର୍ଯ୍ୟକ୍ରମରେ ରେଡକ୍ରସ ପରାମର୍ଶଦାତା ତଥା ଆବାହକ ସମ୍ପାଦକ ସୁକାନ୍ତ କୁମାର ବେହେରା ସମସ୍ତଙ୍କୁ ପ୍ରଥମେ ଶୁଭ କାମନା ବ୍ୟକ୍ତ କରି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ଗଜପତି ଜିଲ୍ଲାର ୩୦ରୁ ଅଧିକ ରେଡକ୍ରସ ଛାତ୍ର ଏଥିରେ ଯୋଗଦେଇ ଆଶୁ ଚିକିତ୍ସା ଉପରେ ବିଭିନ୍ନ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ଆଶୁ ଚିକିତ୍ସା ପାଇଁ କେଉଁ ସବୁ ଦିଗ ଉପରେ ଦୃଷ୍ଟି ରଖିବାକୁ ହେବ ସେ ବିଷୟରେ ତଥା ଏହା କିପରି ଆକସ୍ମିକ ଦୁର୍ଘଟଣା ପାଇଁ ଆବଶ୍ୟକ କୁହାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଯୁବ ରେଡକ୍ରସ୍‌ କାଉନସିଲର ଡ. ପରମାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାଉନସିଲର ଡ. ସ୍ନେହପ୍ରଭା ପଣ୍ଡା, ଅଧ୍ୟାପକ ଡ. ଚନ୍ଦ୍ର ଶେଖର ଦାସ, ସେକ୍ସନ ଅଧିକାରୀ ପ୍ରମୁଖଙ୍କ ସମେତ ବିଭିନ୍ନ କଲେଜର ରେଡକ୍ରସ ଅଧିକାରୀ ଓ ସଦସ୍ୟ ମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

15 − thirteen =