ଚମ୍ପୁଆ : ଭାରତୀୟ ଜନତା ଦଳ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ସେବା ସୁଶାସନ ଓ ଗରୀବ କଲ୍ୟାଣ ଯୋଜନାକୁ ନେଇ ମହା ସମ୍ପର୍କ ଅଭିଯାନ ଚମ୍ପୁଆ ନଗର ମଣ୍ଡଳ ଅନ୍ତର୍ଗତ ଶିରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ନଗର ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟଙ୍କ ସଭାପତିରେ ଅନୁଷ୍ଠିତ ଏହି ମହାଜନ ସମ୍ପର୍କ ସମାଦେଶରେ ବିଜେପି ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା ଏବଂ ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ଡ. ମୁରଲୀ ମନୋହର ଶର୍ମା, ରାଜ୍ୟ କୃଷକ ମର୍ଚ୍ଚା ଉପସଭାପତି ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ପ୍ରଭାବୀ ରାଧାକାନ୍ତ ମହାନ୍ତ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକ, ବିଜେପି ଜିଲ୍ଲା ଉପସଭାପତି ଅଗୁନୁ ମହାନ୍ତ, ଜିଲ୍ଲା ସଂଖ୍ୟା ଲଘୁ ସଭାପତି ମହତାବ ଆଲାମ, ବିଜେପିର ସିଦ୍ଧାର୍ଥ ସିଂ, ବିଭିନ୍ନ ମଣ୍ଡଳର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ମୋଦିଙ୍କ ଶାସନ ଆରମ୍ଭରେ ଜନ ସମ୍ପର୍କ ଧିରେ ଧିରେ ଜନ ସମର୍ଥନରେ ପରିଣତ ହୋଇଛି । ଭାରତ ସରକାରଙ୍କ ନୀତି, ବିକାଶ ମୂଳକ ଯୋଜନା, ଭିତିଭୂମି ନିର୍ମାଣ, ଶିକ୍ଷା ସ୍ୱାସ୍ଥ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହିତ ଓଡିଆ ଲୋକଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଧାନ୍ୟ ଦେଇଛନ୍ତି, ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ସିଧା ଅର୍ଥ ହସ୍ତାନ୍ତର ହେଉ ଅଥବା ପାଣି, ବିଜୁଳି ଶୈାଚାଳୟ ଭଳି ସୁବିଧାକୁ ଦେଶର ଗରିବ ଲୋକଙ୍କ ପାଖରେ ପହଁଚାଇବା ହେଉ, ଏସବୁ ତୃଣମୂଳ ସ୍ତରରେ କ୍ରାନ୍ତି ଆଣିଛି । ଏହି ଯୋଜନା ଗୁଡିକ ଦେଶର ଗରୀବରୁ ଅତି ଗରୀବ ଲୋକଙ୍କ ଭିତରେ ଆତ୍ମ ବିଶ୍ୱାସ ସୃଷ୍ଟି କରିବା ସହିତ ସାମାଜିକ ନିରାପତ୍ତା ବୃଦ୍ଧି କରିଛି । ବିଗତ ୯ ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପର୍କ ନେତୃତ୍ୱ, କର୍ତ୍ତବ୍ୟ ନିଷ୍ଠା ଦେଶର ବିକାଶକୁ ନୂଆ ପରିଭାଷା ଦେଇଛି । ଦେଶର ସେବା, ସୁଶାସନ ଓ ଗରିବ କଲ୍ୟାଣର ଏକ ଧାରା ପ୍ରବାହିତ କରିବା ସହିତ ବିଦେଶରେ ଭାରତର ଗୌରବ ବଢିଛି ବୋଲି ଉପସ୍ଥିତ ନେତାମାନେ କହିଥିଲେ ।
