କଙ୍ଗାରୁକୋର୍ଟ ନ୍ୟାୟ ପାଇବାରେ ଜିଲ୍ଲାର ଦୁଇ ବ୍ଲକର ୬ ପରିବାର: ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଆଣିଲେ ଉଭୟ ବାସନ୍ଦ ପରିବାର

0 217

ହରଭଙ୍ଗା,୧୩/୭- କଙ୍ଗାରୁ କୋର୍ଟର କରୁଣ ପରିଣତି । ୨ ଟି ସୁନାହାର ଓ ୨୦ ହଜାର ଟଙ୍କା ଚୋରି ପାଇଁ ଗୁଣିଆକୁ ୨ ଲକ୍ଷ ଦେଲେ ଗ୍ରାମବସୀ । ଖଟ ଦେବତା ପୂଜା କରାଇ ଗ୍ରାମର ୩ ପରିବାରଙ୍କୁ ଚୋର ସଜାଇ ୧ ଲକ୍ଷ ଜୋରିମାନା ସହ ନିଆଁପାଣି ବାସନ୍ଦ କଲେ ଗ୍ରାମବସୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବୌଦ୍ଧଜିଲ୍ଲା ସାଂପୋଚ ପଂଚାୟତ ଅନ୍ତର୍ଗତ ଫକୀରପୁର ଗ୍ରାମରୁ । ଘଟଣାପ୍ରକାରେ ଆଜକୁ ୧୪ ମାସ ତଳେ ସୁକାନ୍ତ ଭୋକ୍ତାଙ୍କ ଘରୁ ୨ଗୋଟି ସୁନାହାର ଓ ୨୦ ହଜାର ଟଙ୍କା ଚୋରି ହୋଇଥିଲା । ଏନେଇ ପୋଲିସରେ ଅଭିଯୋଗ ନକରି ଗ୍ରାମ୍ୟ କମିଟିକୁ ଲିଖିତ ଅଭିଯୋଗ କରିଥିଲେ ସୁକାନ୍ତ । ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତିକରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମ୍ୟ କମିଟି ଓ ଗ୍ରାମବାସୀ ନୟାଗଡ଼ ଜିଲ୍ଲା ମଧ୍ୟଖଣ୍ଡ ଅଞ୍ଚଳରୁ ଏକ ଗୁଣିଆ ଚୋର ଧରିବା ପାଇଁ ଆଣିଥିଲେ । ଗୁଣି ଗାରେଡି ପାଇଁ ଗୁଣିଆ ୨ ଲକ୍ଷ ଟଙ୍କା ନେବା କଥା ମଧ୍ୟ ଧାର୍ଯ୍ୟ ହୋଇଥିଲା । ଅଭିଯୋଗମତେ ଗୁଣିଆ ଆସିବା ପରେ ଗ୍ରାମର ସମସ୍ତ ମୋବାଇଲ ଗ୍ରାମବାସୀ ଜବତ କରିବା ସହିତ ଗାଁରେ ଅସ୍ଥାୟୀ ଅଲୋକୀକରଣ କରିଥିଲେ । ଗ୍ରାମରେ ଖଟ ଦେବତା ପୂଜାର୍ଚ୍ଚନା କରି ଖଟ ବୁଲାଇବା ବେଳେ ଗ୍ରାମର ନାରାୟଣ ବାରିକ ଓ ବିଜୟ ପ୍ରଧାନଙ୍କ ଦେହରେ ଖଟ ବାଜିବା ପରେ ଉକ୍ତ ଦୁଇ ପରିବାରଙ୍କୁ ଚୋର ଆଖ୍ୟା ଦେଇ ଏକ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଗ୍ରାମ୍ୟ କମିଟି ଅଡ଼ି ବସିଥିଲା କିନ୍ତୁ ଗ୍ରାମ୍ୟ କମିଟି ସଭାପତି ଏକାଦଶୀ ମାଝୀ ଏହାକୁ ବାରଣ କରିବାସହ ପୋଲିସର ସହାୟତା ନେବାକୁ କହିଥିଲେ । କିନ୍ତୁ ଘଟଣାକୁ କେନ୍ଦ୍ରକରି ଏକାଦଶୀ ମାଝୀଙ୍କୁ ମଧ୍ୟ ଏକ ଲକ୍ଷ ଟଙ୍କା ଜୋରିମାନା ସାଙ୍ଗକୁ ନିଆଁପାଣି ବାସନ୍ଦ କରିଥିଲେ ଗ୍ରାମବାସୀ ।

hiring

ଏନେଇ ଉକ୍ତ ୩ ପରିବାର ପୂର୍ବତନ ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଗତକାଲି ନୂତନ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ନିକଟରେ ନ୍ୟାୟ ପାଇଁ ଫେରାଦ ହୋଇଛନ୍ତି । ଦେଖିବାକୁ ବାକି ରହିଲା ୧୪ମାସର ଘଟଣାର ନୂତନ ଜିଲାପାଳ ସମାଧାନ ବାଟ ବାହାର କରିବେ ନା ଏହି ପରିବାର ଏମିତି ବସନ୍ଦ ହୋଇ ରହିଥିବେ ତେଣୁ ଏହି ଜଟିଳ ସମସ୍ୟା କେବେ ଅନ୍ତ ହେବ ବ୍ଲକରେ ବର୍ତ୍ତର୍ମାନ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଅନ୍ୟପଟେ କଂଟାମାଳ ବ୍ଲକ ମନମୁଣ୍ଡା ଥାନା କଲତାପାଲୀ ଗ୍ରାମରେ ପାଣି ମୋଟର ଚୋରି ଘଟଣାକୁ କେନ୍ଦ୍ର କରି ଗ୍ରାମର ଶିବ ରାତ୍ର ସିଂ, ପ୍ରଫୁଲ ସିଂ, ପୂର୍ଣ୍ଣଚନ୍ଦ୍ର ସିଂ ତିନି ପରିବାରଙ୍କୁ ଗ୍ରାମରେ କଙ୍ଗାରୁକୋର୍ଟ କରି ଘର ଦ୍ୱାର, ନିଆଁ ପାଣି ବାସନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ପୀଡିତା ତିନି ପରିବାର ପୂର୍ବରୁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରି ନିରାଶ ହୋଇଥିବା ବେଳେ ପୁନର୍ବାର ନ୍ୟାୟ ପାଇବା ଆଶାରେ ଗତମାସରେ ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ତତ୍କାଳୀନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ବାସନ୍ଦ ପରିବାର ଲିଖିତ ଭାବେ ଅଭିଯୋଗ ଆଣିଥିଲେ କିନ୍ତୁ ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସମାଧାନର ବାଟ ବା ନ୍ୟାୟ ପାଇପାରିନାହିଁ । ଏପରିକି କିଛିଦିନ ତଳେ ଓଡିଶା ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ବୌଦ୍ଧ ଗସ୍ତ ସମୟରେ ଉକ୍ତ ପୀଡିତା ପରିବାର ଲିଖିତ ଅଭିଯୋଗ ମଧ୍ୟ କରିଥିବା ଜଣାପଡିଛି । ଫଳ ରେ ଗ୍ରାମର ତିନି ପରିବାର ଆଜି ପର୍ଯ୍ୟନ୍ତ ମଧ୍ୟ ବାସନ୍ଦ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =