ଦୁଇଟି ପଦବୀରେ ରହି କାର୍ଯ୍ୟ କରୁଥିବା ନେଇ ଚର୍ଚ୍ଚାରେ ଲୋକପ୍ରତିନିଧି ସନ୍ତୋଷ ପୁଟେଲ

0 137

ଗୋଲାମୁଣ୍ଡା,୧୩/୭ – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ଚିଚିଆ ପଞ୍ଚାୟତରେ ଜଣେ ଲୋକପ୍ରତିନିଧି ଦୁଇଟି ପଦବୀରେ ଦୀର୍ଘଦିନରୁ ରହିଥିବା ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି । ସୂଚନାରୁ ପ୍ରକାଶ ପଞ୍ଚାୟତରେ ସମିତିସଭ୍ୟ ରୂପେ ନିର୍ବାଚିତ ହୋଇଥିବା ସନ୍ତୋଷ ପୁଟେଲ ଏବେ ଦୀର୍ଘଦିନ ଧରି ଗାଁସାଥିରେ ନିଯୁକ୍ତି ପାଇଁ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ଏନେଇ ଲୋକଙ୍କ ମଧ୍ୟରେ ଦିନକୁଦିନ ଅସନ୍ତୋଷ ପ୍ରକାଶ ପାଇଛି । ଲୋକଲୋଚନରେ ଚର୍ଚ୍ଚାର ବିଷୟ ହେଲାପରେ ସନ୍ତୋଷ ପୁଟେଲଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିବାରୁ ଦୁଇଟି ପଦବୀରେ ଜଣେ ଲୋକ ରହିପାରିବେ ବୋଲି ଜିଲ୍ଲାର ପିଡ଼ି ତାଙ୍କୁ କହିଥିବା କଥା ପ୍ରକାଶ କରିଥିଲେ । ଦୀର୍ଘ ଏକ ବର୍ଷ ଧରି ସରକାରୀ ନିୟମକୁ ଫୁ କରି କାହା ସାହସରେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ ଏବେ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଏ ସମ୍ପର୍କରେ ଚିଚିଆ ପଞ୍ଚାୟତ ସରପଞ୍ଚ ମଦନ ପଟେଲଙ୍କୁ ଯୋଗାଯୋଗ କରିବାରୁ ତାଙ୍କ କହିବା ଅନୁଯାୟୀ ସେ ଗାଁସାଥି ଓ ସମିତି ସଭ୍ୟ ଉଭୟ କାମ ତୁଲାଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ଏହି ବିଷୟରେ ଗୋଲାମୁଣ୍ଡା ବିଡିଓ ଶ୍ରୀଧର ପଣ୍ଡାଙ୍କୁ ଫୋନ ଯୋଗେ ଜଣେ ସମିତି ସଭ୍ୟ ଦୁଇଟି ପଦବୀରେ ରହିପାରିବେକି ବୋଲି ପ୍ରଶ୍ନ ପଚାରିବାରୁ ଯେକୌଣସି ଗୋଟିଏ ପଦବୀ ହରାଇବାକୁ ପଡିବ ମୁଁ ଏ ବିଷୟରେ ସଙ୍ଗେ ସଙ୍ଗେ ଚିଠି କରୁଛି ବୋଲି ପ୍ରକାଶ କରିଥିଲେ । ଆଗକୁ ଦେଖିବାକୁ ବାକି ରହିଲା ବ୍ଲକ ପ୍ରଶାସନ ଦୁଇଟି ପଦଧାରୀଙ୍କ ଉପରେ କିଭଳି ପଦକ୍ଷେପ ନେଉଛନ୍ତି ।

hiranchal ad1
Leave A Reply

Your email address will not be published.

12 + 16 =