ହରଭଙ୍ଗାରେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ଯୋଗଦେଲେ ଡା. ବିଭୁତି ପଣ୍ଡା

0 511

ହରଭଙ୍ଗା : ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟରେ ଦୀର୍ଘ କୋଡିଏରୁ ଉର୍ଦ୍ଧ୍ୱ ବର୍ଷ ଧରି ଖାଲି ପଡ଼ିଥିବା ଅତିରିକ୍ତ ପ୍ରାଣୀ ଚିକିତ୍ସକ ପଦବୀ ପୂରଣ ହୋଇଛି । ନିକଟ ଅତୀତରେ ରାଜ୍ୟ ସରକାରଙ୍କ ଦ୍ୱାରା ନବ ନିଯୁକ୍ତ ଡା. ବିଭୂତି ପଣ୍ଡା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଭାବରେ ହରଭଙ୍ଗାରେ ଯୋଗ ଦେଇଛନ୍ତି । ଏହି ଅବସରରେ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା.ବିରେନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଡା.ବିଭୂତି ପଣ୍ଡାଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ହରଭଙ୍ଗା ପ୍ରାଣୀଚିକିତ୍ସକ ଡ଼ା ପ୍ରିୟବ୍ରତ ବେହେରାଙ୍କ ସମେତ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସିକା ଡ଼ା ପ୍ରତିଭା ପାଢ଼ୀ ଉପସ୍ଥିତ ରହି ଡ଼ା ବିଭୂତି ପଣ୍ଡାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେଳାକଟା ପ୍ରାଣୀଧନ ନିରୀକ୍ଷକ ଅଶୋକ ଶତପଥୀ, କରଞ୍ଜକଟା ପ୍ରାଣୀଧନ ନିରୀକ୍ଷକ ମନୋଜ ମହାପାତ୍ର ଓ ସରସରା ପ୍ରାଣୀଧନ ନିରୀକ୍ଷକ ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଡ଼ା. ପଣ୍ଡା ନିଜ ବକ୍ତବ୍ୟ ରେ ହରଭଙ୍ଗା ବ୍ଲକରେ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନା ର କିପରି ସଫଳ ରୂପାୟନ ହୋଇ ପାରିବ ତା’ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ ବୋଲି କହିଥିଲେ । ହରଭଙ୍ଗା ବ୍ଲକରେ ଡ଼ା. ପଣ୍ଡା ପ୍ରାଣୀ ପୋଷଣ ବିଷୟରେ ଉଚ୍ଚତର ଗବେଷଣା କରୁଥିଲେ ଏବଂ ତାଙ୍କର ଅନୁଭୁତି ପ୍ରାଣୀପାଳକମାନଙ୍କ ପ୍ରଗତିରେ ବିଶେଷ ସହାୟକ ହେବବୋଲି ଡା. ପୁଷ୍ଟି ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 1 =