ସୁବର୍ଣ୍ଣପୁର ସହରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼

0 204

ସୁବର୍ଣ୍ଣପୁର : ଆଜି ଶ୍ରାବଣ ଦ୍ୱିତୀୟ ସୋମବାର ଉପଲକ୍ଷେ ସୁବର୍ଣ୍ଣପୁର ସହରର ତ୍ରିବେଣୀ ସଙ୍ଗମ ଶ୍ରୀରାମେଶ୍ୱର ଶୈବ ପୀଠ, ଇଷ୍ଟଦେବ ଶ୍ରୀ ସୁବର୍ଣ୍ଣମେରୁ ପୀଠ, ଓଁ କାର ନାଥ, ଶ୍ରୀ ପଶ୍ଚିମ ସୋମନାଥ, ଶ୍ରୀ ଗୋକର୍ଣଶ୍ୱର, ଶ୍ରୀ ଲୋକନାଥ, ଶ୍ରୀ ପଞ୍ଚରଥ ମନ୍ଦିର ତଥା ଅଷ୍ଟ ଶମ୍ଭୁ ଓ ଜିଲ୍ଲାର ପ୍ରମୁଖ ଶୈବ ପୀଠ ମାନଙ୍କରେ ବୋଲବମ କାଉଡିଆ ଓ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା । ତ୍ରିବେଣୀ ସଙ୍ଗମ ଶ୍ରୀରାମେଶ୍ୱର ମହାନଦୀ ଘାଟ ଓ ବିଭିନ୍ନ ଘାଟରେ ବୁଡ ପକାଇ ହଜାର ହଜାର ଭକ୍ତ ସହରର ସମସ୍ତ ଶୈବ ପୀଠରେ ମହାପ୍ରଭୁ ଶିବଙ୍କୁ ଜଳ ଲାଗି କରିଥିଲେ । ସହରରେ ଆଜି କାଉଡିଆଙ୍କ ଶଙ୍ଖ ଧ୍ୱନି,ବୋଲବମ୍‌ ଓ ଶିବ ନାମ ହରି ନାମ କୀର୍ତ୍ତନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ମନ୍ଦିର କମିଟି ମାନଙ୍କ ପକ୍ଷରୁ ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ ସେବନ ସହ ବିଭିନ୍ନ ସେବାର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର କମିଟି, ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଶ୍ରାବଣ ସୋମବାରରେ ଶିବ ପାର୍ବତୀଙ୍କୁ ଦର୍ଶନ ଓ ଜଳ ଲାଗି କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତଙ୍କ ଦୃଢ଼ ବିଶ୍ୱାସ ରହିଛି । ଦ୍ୱିତୀୟ ସୋମବାରରେ ଚାରିଗୋଟି ସଂଯୋଗ ଯୋଗୁଁ ପାଣି ଢାଳିଲେ ମହା ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି, ଯାହାକି ସେମାବତୀ ଅମାବାସ୍ୟା, ହରିଆଳି ଅମାବାସ୍ୟା, ରୁଦ୍ରାଭିଷେକ ଓ ପୁନର୍ବସୁ ନକ୍ଷତ୍ର ସଂଯୋଗ ପଡୁଥିବାରୁ ସ୍ନାନ ଓ ଦାନ କଲେ ଆଜି ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇ ଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

hiranchal ad1
Leave A Reply

Your email address will not be published.

17 + twelve =