ବୌଦ୍ଧ ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

0 49

ବୌଦ୍ଧ,୧୭/୭- ଆଜି ବୌଦ୍ଧ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ ଏହି ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଓ ସମସ୍ୟା ସଂପର୍କିତ ଅଭିଯୋଗର ଦରଖାସ୍ତ ଗ୍ରହଣ କରିଥିଲେ । ମୋଟ ୧୬୮ ଟି ଅଭିଯୋଗ ମଧ୍ୟରୁ ୧୬୪ଟି ଗୋଷ୍ଠୀଗତ ଥିବାବେଳେ ୪ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ଆଜିର ଏହି ଶିବିରରେ ୨ଜଣଙ୍କୁ ହ୍ୱିଲ ଚେୟାର, ଜଣଙ୍କୁ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଥିବାବେଳେ ରେଡକ୍ରସକୁ ଜଣେ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ଜଣ ହିତାଧିକାରୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଏହି ଶିବିରରେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

20 + twenty =