ଭାରତୀୟ ଅଧିନାୟକ ରେସରେ ଏହି ତିନି ଖେଳାଳି, ରୋହିତଙ୍କ ପରେ ମିଳିପାରେ ଦାୟିତ୍ୱ

0 72

ନୂଆଦିଲ୍ଲୀ: ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛି ଭାରତୀୟ କ୍ରିକେଟ ଟିମ୍‌। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ଦୁଇ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ଜିତିନେଇଛି। ୩୬ ବର୍ଷୀୟ ରୋହିତଙ୍କ ନେତୃତ୍ୱରେ ଦଳ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍‌ ଖେଳିବ। ଏହାପରେ ରୋହିତଙ୍କୁ ଅଧିନାୟକ ପଦରୁ ହଟାଯାଇପାରେ ବୋଲି କିଛି ରିପୋର୍ଟରେ ଦାବି କରାଯାଉଛି। ଏପରି ସ୍ଥିତିରେ ବିସିସିଆଇ ଯୁବ ଖେଳାଳିମାନଙ୍କୁ ଭବିଷ୍ୟତର ଅଧିନାୟକ ହେବା ଲାଗି ପ୍ରସ୍ତୁତ କରୁଛି।

hiring

ବିସିସିଆଇ ତାଲିକାରେ ପ୍ରଥମ ନାମ ୨୯ ବର୍ଷୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରହିଛି। ସେ ଏବେ ଭାରତୀୟ ଟି୨୦ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ନେତୃତ୍ୱରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଏହାଛଡ଼ା ବୋର୍ଡ ୨୬ ବର୍ଷୀୟ ଋତୁରାଜ ଗାୟକଓ୍ବାଡଙ୍କୁ ମଧ୍ୟ ଏସିଆନ୍‌ ଗେମ୍ସ ଲାଗି ଭାରତୀୟ ଦଳର ଅଧିନାୟକତ୍ୱ ଦେଇଛି। ସେହିଭଳି ୨୦ ବର୍ଷୀୟ ୟଶ ଢୁଲଙ୍କୁ ମଧ୍ୟ ବଡ ଦାୟିତ୍ୱ ମିଳିଛି। ସେ ଏମର୍ଜିଂ ଏସିଆ କପରେ ଭାରତ-ଏରେ ଦଳର ନେତୃତ୍ୱ ନେଉଛନନ୍ତି। ଏମିତିରେ ରୋହିତଙ୍କ ପରେ ପାଣ୍ଡ୍ୟା, ଗାୟକଓ୍ବାଡ ଏବଂ ଢୁଲଙ୍କୁ ପ୍ରସ୍ତୁତ କରାଯାଉଥିବା ବୋର୍ଡ ସ୍ପଷ୍ଟ କରିଛି।

hiranchal ad1
Leave A Reply

Your email address will not be published.

four × five =