ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ସରକାରୀ ଅଧ୍ୟାଦେଶକୁ ମାନୁନାହାନ୍ତି ୫-ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

0 69

ନୂଆପଡ଼ା : ରାଜ୍ୟ ସରକାର ଜାରି କରିଥିବା ଅଧ୍ୟାଦେଶକୁ ଖୋଦ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ବେଖାତିର କରୁଥିବା ଅଭିଯୋଗ ହୋଇଛି । ଏହି ପରି ଅଭିଯୋଗ ଆଣି ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଗ୍ରାମର ମାଁ ଠାକୁରାଣୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ସଦସ୍ୟାମାନେ । ସେମାନଙ୍କ ଅଭିଯୋଗ ମୁତାବକ ନିକଟ ଅତୀତରେ ରାଜ୍ୟ ସରକାର ବିଭିନ୍ନ ୫-ଟି ଉଚ୍ଚ ବିଦ୍ୟାଳୟ ମାନଙ୍କରେ ରାତ୍ର ଜଗୁଆଳି ଓ ଝାଡୁଦାର ନିଯୁକ୍ତି ଗ୍ରାମର ଚିହ୍ନଟ ହୋଇଥିବା ମିଶନ ଶକ୍ତି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଦ୍ୱାରା କରାଇବା ପାଇଁ ଅଧ୍ୟାଦେଶ ଜାରି କରିଥିଲେ । ଏହି କ୍ରମରେ ରଜନା ଗ୍ରାମସ୍ଥିତ ସୋମନାଥ ୫-ଟି ଉଚ୍ଚ ବିଦ୍ୟାଳୟରେ ରାତ୍ର ଜଗୁଆଳି ଓ ଝାଡୁଦାର ନିଯୁକ୍ତି ଦାୟିତ୍ୱ ଗ୍ରାମର ମାଁ ଠାକୁରାଣୀ ସ୍ୱୟଂ ସହାୟକ ମହିଳା ଦଳକୁ ମିଳିଥିଲା । ଏନେଇ ଗ୍ରାମର ଏମବିକେ ଓ ମହିଳା ଦଳର ସଦସ୍ୟ ମାନେ ପ୍ରଧାନ ଶିକ୍ଷକଙ୍କ ସହ ଅଲୋଚନା ମଧ୍ୟ କରିଥିଲେ । ଏପରିକି ମାଁ ଠାକୁରାଣୀ ସ୍ୱୟଂ ସହାୟକ ଦଳ ଉପରେ ପ୍ରଧାନ ଶିକ୍ଷକ ନିଜେ ନିଯୁକ୍ତ କରିଥିବା ଲୋକଙ୍କୁ ରଖିବା ପାଇଁ ଚାପ ପ୍ରୟୋଗ କରିଥିଲେ ବୋଲି ସ୍ୱୟଂ ସହାୟକ ଦଳ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ ମହିଳା ଦଳ ବିଦ୍ୟାଳୟ ପାଇଁ ରାତ୍ରି ଜଗୁଆଳି ଭାବରେ ଗ୍ରାମର ଚମ୍ପେଶ୍ୱର ଚିନ୍ଦା ଓ ଝାଡୁଦାର ଭାବରେ ଜାନକୀ ଚିନ୍ଦାଙ୍କୁ ମନୋନୟନ କରି ପ୍ରଧାନ ଶିକ୍ଷକ ଅନୁମୋଦନ ପାଇଁ ପଠାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଏହି ମାନଙ୍କୁ ନିଯୁକ୍ତି ଦେବା ପାଇଁ ମନା କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଠାକୁରାଣୀ ମହିଳା ଦଳ କୋମନା ବିଡ଼ିଓ ଓ କୋମନା ସି.ଡି.ପି.ଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିନାହିଁ ।ଫଳରେ ଆଜି ଦିନ ତମାମ ବର୍ଷା ହେଉଥିଲେ ମଧ୍ୟ ଗ୍ରାମର ମହିଳା ସଦସ୍ୟମାନେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗରିବ ସେନା ସଭାପତି ରବି ମଙ୍ଗରାଜଙ୍କ ସହଯୋଗରେ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଜର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

15 + seventeen =