କେବେ ସଂପୂର୍ଣ୍ଣ ହେବ ନିର୍ମାଣଧୀନ ଏଏନଏମ କୋଠା, ବିପଦସଙ୍କୁଳ କେନ୍ଦ୍ରରେ ଚାଲିଛି ପ୍ରସୂତିଙ୍କ ଚିକିତ୍ସା

0 163

ହରଭଙ୍ଗା:- ସରକାର ସ୍ୱାସ୍ଥ୍ୟ ଉନ୍ନତି ସେବା କ୍ଷେତ୍ରରେ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷକରି ଜନନୀ ସୁରକ୍ଷା ପାଇଁ ମାତୃଗର୍ଭଠୁ ଆରମ୍ଭକରି ଜନ୍ମପର୍ଯ୍ୟନ୍ତ ବିଭିନ୍ନ ଯୋଜନା ତିଆରି କରିଛନ୍ତି । ଏପରିକି ପ୍ରତ୍ୟେକ ମାସରେ ପ୍ରସୂତି ମା ଙ୍କୁ ଚିକିତ୍ସା ସେବା ପାଇଁ ରହିଛି ଏଏନଏମ ସେଣ୍ଟର କିନ୍ତୁ ଏ ଏନ ଏମ ସେଣ୍ଟରର ଶୋଚନୀୟ ଅବସ୍ଥା ଯୋଗୁଁ ବିପଦ ସଙ୍କୁଳ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସୂତିଙ୍କୁ ଚିକିତ୍ସା ସେବା କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଅନ୍ୟପଟେ ଉକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ହରଭଙ୍ଗା ବ୍ଲକର ରାମଗଡ, ତିଲେଶ୍ୱର, ସାଂପୋଚ, ହରେକୃଷ୍ଣପୁର, ବନ୍ଧାପଥର, ମହାଲିକପଡା ଆଦି ୬ଗୋଟି ସ୍ଥାନରେ ନୂତନ ଭାବେ ନିର୍ମାଣଧୀନ ରହିଛି ଏଏନଏମ ସେଣ୍ଟର କିନ୍ତୁ ଉକ୍ତ ସେଣ୍ଟର ଗୁଡିକର କାର୍ଯ୍ୟ ନିମ୍ନମାନର ଓ ମନ୍ଥର ଗତିରେ ଚାଲୁଥିବାରୁ ନିର୍ମାଣ କାର୍ଯ୍ୟର ସଂପୂର୍ଣ୍ଣ ନେଇ ସାଧାରଣରେ ଏକ ପ୍ରଶ୍ନ ଉଠୁଛି ଏଠାରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁସକ୍ଷରେ ଲାଭଖୋର ମନୋବୃତ୍ତିକୁ ଆପଣାଇଥିବାରୁ ନିର୍ମାଣଧୀନ ସେଣ୍ଟର କାର୍ଯ୍ୟଗୁଡିକ ନିମ୍ନମାନର ହେବା ଶୀଘ୍ର ସାରିବା ପରିବର୍ତ୍ତେ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଦେଖିବାକୁ ମିଳୁଛି ।

hiring

ଫଳରେ ବର୍ତ୍ତମାନ ଏଏନଏମ କର୍ମୀମାନେଥିବା ପୁରୁଣାକେନ୍ଦ୍ର, ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପ୍ରସୂତୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ଆସୁଛନ୍ତ । ସେହିପରି ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଛାତରୁ ପୁରୁଣା ବାଲି ଗୋଡି ଖସିବା, ଲୁହା ରଡ଼ ଦେଖାଯିବା ସହ ପାଣିପଡୁଥିବାରୁ ବିପଦ ଶଙ୍କୁଳ ଅସ୍ୱାସ୍ଥ୍ୟକର ପରିବେଶରେ ସ୍ୱାସ୍ଥ୍ୟକର୍ମୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଉକ୍ତ ସମସ୍ୟାକୁ ନେଇ ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଶ୍ରୀମନ୍ତ ସ୍ୱାଇଁଙ୍କୁ ପଚାରିବାରୁ କେବଳ ଉକ୍ତ କେନ୍ଦ୍ର ନୁହଁ ବ୍ଲକର ବିଭିନ୍ନ କେନ୍ଦ୍ରରେ ଥିବା ସମସ୍ୟା ନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଆସୁଛୁ ଏବଂ ବର୍ତ୍ତମାନ ନିର୍ମାଣଧୀନ ଥିବା ନୂତନ କେନ୍ଦ୍ରଗୁଡିକ କାର୍ଯ୍ୟ ସଂପୂର୍ଣ୍ଣ ହୋଇଗଲେ ଆଉ କୌଣସି ଅସୁବିଧା ହେବନାହିଁ ବୋଲି କହିଥିଲେ । କିନ୍ତୁ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଅବହେଳା ଓ ଠିକାଦାରଙ୍କ ପ୍ରୀତିରେ ଉକ୍ତ କେନ୍ଦ୍ର କାର୍ଯ୍ୟ ଗୁଡିକର ସଂପୂର୍ଣ୍ଣ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଏ ନେଇ ଦାୟିତ୍ୱରେ ଥିବା ଏସଡିଓ ସୁଶାନ୍ତ ସାହୁଙ୍କୁ ପଚାରିବାରୁ ସେଣ୍ଟର ନିର୍ମାଣ କାର୍ଯ୍ୟରେ କୌଣସି ଅନିୟମିତତା ହୋଇନାହିଁ ବର୍ଷା ପାଇଁ କାର୍ଯ୍ୟରେ ବିଳମ୍ବ ଦେଖା ଦେଉଛି ଖୁବ ଶୀଘ୍ର ଅସମ୍ପୂର୍ଣ୍ଣ କେନ୍ଦ୍ରଗୁଡିକ ସଂପୂର୍ଣ୍ଣ କରି ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ । ଅନ୍ୟପଟେ ନିର୍ମାଣଧୀନ କେନ୍ଦ୍ର କାର୍ଯ୍ୟଗୁଡିକ ପ୍ରଶାସନ ପକ୍ଷରୁ ତଦନ୍ତପରିସର ପାଇଁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twelve − four =