ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର

0 106

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ -୨ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୧ ଲକ୍ଷ ୩୨ ହଜାର ୭୪୯ ଶ୍ରମିକଙ୍କୁ ୬୫ କୋଟି ୨୫ ଲକ୍ଷ ୭୦ ହଜାର ୩୭୮ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଆଜି ଖଡିଆଳ ବ୍ଲକରେ ୨୦୨ ଜଣ ନିର୍ମାଣ ଶ୍ରମିକଙ୍କୁ ୧୩ କୋଟି ୯୩ ଲକ୍ଷ ୫ ହଜାର ସହାୟତା ପ୍ରଦାନ କରିଛନ୍ତି ବୋଲି କହିଥିଲେ । ସଭାରେ ଖଡିଆଳ ବିଧାୟକ ଅଧିରାଜା ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠି ସଦସ୍ୟା ମନ୍ଦାକିନୀ ବାଘେଲ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର କୁମାର ବାର୍ଲା ମଞ୍ଚାସୀନ ହୋଇଥିଲେ । ଏଥିରେ ଶ୍ରମିକ ନେତା ପ୍ରଦୀପ ଦଣ୍ଡସେନା ସହ ଶତାଧିକ ହିତାଧିକାରୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × 4 =