ପୁଣି ବାଘ ଆତଙ୍କ, ଗୁହାଳରୁ ବାଛୁରୀକୁ ଟାଣିନେଲା

0 169

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଗତ କିଛି ଦିନର ନିରବତା ପରେ ପୁଣି ନୂଆପଡ଼ା ରେଞ୍ଜ ଆମାନାରା ବିଟ ଅଧିନ ତରିଆମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ଗାଁର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ ଖାଇଯାଇଛି । ଗତକାଲି ସନ୍ଧ୍ୟାରେ ତରିଆମହୁଆଭଟା ଗାଁର ଗୋବିନ୍ଦ ନିଜ ଗାଈ, ବାଛୁରୀକୁ ଗୁହାଳରେ ବାନ୍ଧି ଘରେ ଶୋଇଥିଲା । ଆଜି ସକାଳୁ ଗୁହାଳକୁ ଯାଇ ଦେଖିଥିଲେ ଏକ ବାଛୁରୀ ନଥିଲା । ସେଠାରେ ଖୋଜାଖୋଜି କରିବାରୁ ଗୁହାଳ ଠାରୁ ପ୍ରାୟ ୨ ଶହ ମିଟର ଦୂରରେ ବାଛୁରୀର ମୃତଦେହ ପଡିଥିଲା । ଏହି ଘଟଣାର ପରିପାର୍ଶିକ ସ୍ଥିତି ଓ ପାଦ ଚିହ୍ନରୁ ଏହା କଲରାପତରିଆ ବାଘର କାମ ବୋଲି ଗାଁ ଲୋକେ ସନ୍ଦେହ କରିଛନ୍ତି । ବିଳମ୍ବିତ ରାତିରେ ବାଘ ଗୁହାଳରେ ପଶି ବାଛୁରୀକୁ ଟାଣି ନେଇ ଖାଇଯାଇଛି । ଏବେ ଗାଁ ଲୋକେ ବାଘ ଆତଙ୍କରେ ଆତଙ୍କିତ ହୋଇ ପଡିଛନ୍ତି ।

hiranchal ad1
Leave A Reply

Your email address will not be published.

nine + 13 =