ଜୈନ ଗୁରୁଙ୍କ ହତ୍ୟା ପ୍ରତିବାଦରେ ଜୈନ ସମାଜର ନୀରବ ଶୋଭାଯାତ୍ରା

0 251

ନବରଙ୍ଗପୁର: କର୍ଣ୍ଣାଟକର ବେଲଗାବିର ଚିକୋଡ଼ି ଗ୍ରାମ ଠାରେ ଜୁଲାଇ ୪ ତାରିଖରେ ଜୈନ ମୁନୀ ଆଚାର୍ଯ୍ୟ ଶ୍ରୀ ୧୦୮ କାମ କୁମାର ନନ୍ଦୀଜୀଙ୍କ ନିର୍ମମ ହତ୍ୟା ଘଟଣାର ପ୍ରତିବାଦରେ ନବରଙ୍ଗପୁରଠାରେ ଜୈନ ସମାଜ ପକ୍ଷରୁ ଏକ ନୀରବ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାଟି ସ୍ଥାନୀୟ ରାମ ମନ୍ଦିର ଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା । ପରେ ସେମାନେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଜଣେ ଜୈନ ଧର୍ମ ଗୁରୁଙ୍କୁ ନିର୍ମମ ଭାବରେ ହତ୍ୟା କରି ଅଭିଯୁକ୍ତ ମାନେ ଦେଶକୁ କଣ ସୂଚନା ଦେବାକୁ ଚାହୁଁଛନ୍ତି । ଏହି ଜୈନ ଗୁରୁଙ୍କୁ ଅପହରଣ କରି ଅମାନସିକ ଭାବରେ ହତ୍ୟା କରାଯାଇଥିଲା । ଏହାର ପ୍ରତିବାଦ କରି ନବରଙ୍ଗପୁର ସହରରେ ଜୈନ ସମାଜ ତରଫରୁ ଏକ ନୀରବ ଶୋଭାଯାତ୍ରା କରାଯାଇଥିଲା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣାକୁ ନିନ୍ଦା କରି ଏହି ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା । ଏହି ଘଟଣା ପରଠାରୁ ଜୈନ ସମାଜ ପକ୍ଷରୁ ସମଗ୍ର ଦେଶରେ ଜୈନ ସାଧୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଦାବିପତ୍ରଟି ଜିଲ୍ଲାପାଳଙ୍କ ଦ୍ୱାରା କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ପାଖକୁ ପଠାଇବା ପାଇଁ ସମାଜ ପକ୍ଷରୁ ଏହି ଦାବିପତ୍ରଟି ପ୍ରଦାନ କରାଯାଇଥିଲା । ଏହିଭଳି ଘଟଣା ଆଗକୁ ଯେପରି ହେବ ନାହିଁ ଏଥି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବା ଓ ସାଧୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି ପତ୍ରରେ ଅନୁରୋଧ କରାଯାଇଛି ।
ଏହି ଶୋଭାଯାତ୍ରାରେ ନବରଙ୍ଗପୁରର ୧୦୮ ଶ୍ରୀ ଆଦିନଥ ଦିଗମ୍ବର ଜୈନ ମନ୍ଦିର ର ଅଧ୍ୟକ୍ଷ ନରେଶ ଜୈନ, ମହାମନ୍ତ୍ରି ଦିନେଶ ଜୈନ, କୋଷାଧ୍ୟକ୍ଷ ହରେନ୍ଦ୍ର କୁମାର ଜୈନ, ଜୈନ ଶ୍ୱେତାମ୍ବର୍‌ ତେରପନ୍ଥ ସଭା ଅଧ୍ୟକ୍ଷ ବବୁଲୁ ଜୈନ, ମନ୍ତ୍ରୀ ବିକ୍ରମ ଜୈନ, ଏବଂ ଦୀପକ ଜୈନ, ଦିଲୀପ ଜୈନ, ଟୀଙ୍କୁ ଜୈନ, ବିମଳ ଜୈନଙ୍କ ସାଥିରେ ସମାଜର ବହୁ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

20 − 7 =