ବୌଦ୍ଧ,୨୦/୭:- ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ବାବା ବୈଦ୍ୟନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରସରା ଠାରେ ନାବାଳକଙ୍କ ପାଇଁ ନ୍ୟାୟ, ଯତ୍ନ ଓ ସୁରକ୍ଷା ଅଧିନିୟମ ଏବଂ ସରକାରଙ୍କ ଦ୍ୱାରା ୬ ରୁ ୧୪ ବର୍ଷ ବୟସ ଶିଶୁମାନଙ୍କ ପାଇଁ ହୋଇଥିବା ବାଧ୍ୟତାମୂଳକ ଶିକ୍ଷା ଦେବାର ବ୍ୟବସ୍ଥା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧର ସଚିବ ଶ୍ରୀମତୀ ଶାଶ୍ୱତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ କମିଟିର ସଦସ୍ୟ ରାଜୀବ ନାୟକ, ଆଡଭୋକେଟ ବିକାଶ ଚନ୍ଦ୍ର ବେହେରା ଏବଂ ବାବା ବୈଦ୍ୟନାଥ ହାଇସ୍କୁଲର ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ ଯୈ÷ାନ ଅପରାଧରୁ ସୁରକ୍ଷା ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡ, ସରକାରଙ୍କ ପକ୍ଷରୁ ପୀଡିତାଙ୍କ ପାଇଁ କ୍ଷତିପୂରଣର ବ୍ୟବସ୍ଥା, ଯୈ÷ାନ ନିର୍ଯ୍ୟାତନାରୁ କେମିତି ରକ୍ଷା କରିବାସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅଥବା ନିଜେ ଉପରୋକ୍ତ ଅଧିକାରୀଙ୍କୁ ଜଣାଇବା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ସରକାରଙ୍କ ଦ୍ୱାରା ଯେଉଁ ୬ ରୁ ୧୪ ବର୍ଷ ବୟସ ଶିଶୁମାନଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଦେବାର ବ୍ୟବସ୍ଥା ଅଛି ସେଉପରେ ମଧ୍ୟ ବିସ୍ତୃତ ଭାବେ ବୁଝାଯାଇଥିଲା ।