ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଚଢାଉ, ୭୪ଜଣଙ୍କ କଟିଲା ଚାଲାଣ

0 213

ପୁରୀ : ପରିବହନ କମିଶନର ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧ୍ୟକ୍ଷ କନୱର ଭିସାଲ ସିଂଙ୍କ ତତ୍ତ୍ୱାବଧାନରେ ପୁରୀ ଆଂଚଳିକ ପରିବହନ ଅଧିକାରୀ ଓ ତାଙ୍କ ସହକର୍ମୀଙ୍କ ଦ୍ୱାରା ପୁରୀ ଜିଲ୍ଲାର ଗୋପ, ଚାରିଛକ ଏବଂ ସମୁଦ୍ର କୁଳ ଥାନା ଅଂଚଳରେ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଚଢାଉ କରାଯାଇଅଛି । ଏଥିରେ ବିଭିନ୍ନ ପ୍ରକାରର ମକଦ୍ଦମା ତଥା ଚାଲାଣ କରାଯାଇଛି । ତନ୍ମଧ୍ୟରୁ ନାବାଳକ ଗାଡି ଚାଲାଣ ୨ଟି, ସ୍କୁଲ ବସ୍‌ ନିୟମ ବିରୁଦ୍ଧାଚରଣରେ ୭ଟି କେସ୍‌ କରାଯାଇଛି । ଆଜି ସମୁଦାୟ ୭୪ଟି ଚାଲାଣ କରାଯାଇଛି ଏବଂ ଚାଲାଣ ବାବଦକୁ ୬,୫୫,୪୩୦ଟଙ୍କା ଜରିମାନା କରାଯାଇଛି ।

hiranchal ad1
Leave A Reply

Your email address will not be published.

7 + one =