ଅଳ୍ପକେ ବର୍ତ୍ତିଲେ ଗୋରୁପୋଲ

0 293

ହରଭଙ୍ଗା : ଚଳିତ ବର୍ଷ ହୀରାକୁଦ ଡ୍ୟାମ ତାର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛି । ଏନେଇ ପୂର୍ବରୁ ନଦୀ କୁଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା ଦେବାସହ ସ୍ଥନୀୟ ପ୍ରଶାସନକୁ ତତ୍ପର ରହିବାକୁ କୁହାଯାଇଛି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବନ୍ୟା ପ୍ରାକୃତିକ ବିପର୍ଯ୍ୟୟରୁ ଜନ ଜୀବନ ସୁରକ୍ଷା ପାଇଁ ବ୍ଲକ ପ୍ରଶାସନର ସମ୍ୱିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ପ୍ରକୃତ ପ୍ରକ୍ଷେ ଦେଖିବାକୁ ଗଲେ ମହାନଦୀ କୂଳିଆ ଜନବସତିଙ୍କ ପାଇଁ ପ୍ରଶାସନର ସଚେତନତା ବାର୍ତ୍ତା ପହଁଚି ପାରୁନଥିବା ବେଳେ ତାର ଏକ ବାସ୍ତବ ଚିତ୍ର ହିଁ ବୟାନ କରୁଛି । ସୂଚନା ଥାଉକି ମହାନଦୀରେ ବର୍ତମାନ ହୀରାକୁଦ ପାଣି ପହଁଚି ଥିବା ବେଳେ ନଦୀ ଧୀରେ ଧୀରେ ଫୁଲିବାରେ ଲାଗିଛି । ମହାନଦୀ କୂଳରେ ଅବସ୍ଥିତ ଧଲପୁର ପଞ୍ଚାୟତର ଖରସଙ୍କୁଲେଈ, ସାକୁସିଙ୍ଗା ଆଦି ଗ୍ରାମର ଗାଈ ଗୁଡିକ ଗାଈ ଚରିବାକୁ ଯାଇଥଇବା ବେଳେ ପାଣି ପିଇବା ଆଶାରେ ନଦୀ ଭିତରକୁ ଚାଲି ଆସିଥିଲେ । ଠିକ ଏହି ସମୟରେ ନଦୀ ରେ ପାଣି ଧୀରେ ଧୀରେ ଆସି ଥିବା ବେଳେ ଗାଈ ଗୁଡିକ ପାଣି ଘେରରେ ରହିଯାଇଥିଲେ । ପରେ ସଙ୍ଗେ ସଙ୍ଗେ ଗାଈପୋଲକୁ ଘୋଡାଇ ନଦୀ ବାହାରକୁ ଅଣାଇଯାଇଥିବା ଓ ଅଳ୍ପକେ ବଡ଼ ବିପଦରୁ ଗାଈ ପୋଲ ରକ୍ଷା ପାଇଯାଇଥବା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଅନ୍ୟପଟେ ନଦୀ କୂଳିଆ ବାସୀଙ୍କୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ମହାନଦୀରେ ପାଣି ଆସିବା ଓ ଜନ ଜୀବନ ସୁରକ୍ଷା ପାଇଁ ବିଭିନ୍ନ ସତର୍କ ବାର୍ତ୍ତା ସଚେତନତା କରିବା ପାଇଁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

one × 3 =